ଖଜୁରିଆକଟା(ସମୃଦ୍ଧଓଡିଶା)ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ମିନି ଷ୍ଟାଡିୟମରେ ଚାଲିଥିବା ୧୪ତମ ସର୍ବଭାରତୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ ଛତିଶଗଡ଼ ଫରେଷ୍ଟ ଏକାଦଶ ଏବଂ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଟସ୍ ଜିତି ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ କୋଡିଏ ଓଭରରେ ୫ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଓଡିଶା ରଣଜୀ ତାରକା ଆଶୀର୍ବାଦ ସ୍ବାଇଁ ୮୩( ୪୫ବଲ) , ଆଦିତ୍ଯ ରାଉତ ୬୪ (୩୪ବଲ)ରନ ସଂଗ୍ରହ କରିଥିଲେ । ଛତିଶଗଡ ତରଫରୁ ଅୟସ ଖ୍ରୀଷ୍ଟଫୋର ୪୫ରନରେ ତିନୋଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଛତିଶଗଡ଼ ଦଳ ୧୨.୪ଓଭରରେ ମାତ୍ର ୭୨ରନ ସଂଗ୍ରହ ୧୩୨ ରେ ପରାସ୍ତ ହୋଇଥିଲା। ଆଜିର ମ୍ୟାଚରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଗଙ୍ଗାଧର ସାମଲ, ସମ୍ମାନୀତ ଅତିଥି ଭାବେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଯୋଗଦେଇ ଚମ୍ପିୟାନ କଟକ ଟିମ୍ ଓ ରନର୍ସ ଅପ ଛତିଶଗଡ ଟିମକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ କେ ଈଶ୍ବର ପ୍ରସାଦ , ମ୍ୟାଚ ଅଫ ଦି ସିରିଜ, ଛତିଶଗଡର ପବନ ମାହୋତ, ବେଷ୍ଟ କ୍ୟାଚ ବିପ୍ଲବ ସାମନ୍ତରାୟ, ବେଷ୍ଟ ବ୍ୟାଟସ ମ୍ୟାନ ଆଶୀର୍ବାଦ ସ୍ବାଇଁ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ସୋମନାଥ ସେଠୀ ଏବଂ ତ୍ରୀନାଥ ସାମନ୍ତ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଦାସ ମ୍ୟାଚ ରେଫରୀ ରହିଥିଲେ ବୁବୁ ସିହ୍ନା , ସନ୍ଦିପ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ଅଜିତ ସାମଲ, ରାକେଶ ସାମଲ, ବାଦଲ ସାମଲ ସ୍କୋର ର ଦାୟିତ୍ୱ ନିର୍ବାହ କରିଥିଲେ । ମ୍ୟାଚ ଆୟୋଜନରେ ବିକାଶ ସାମଲ ତପନ ପରିଡା, ଅଜିତ ସାମଲ, ରାଜୁ ସାମଲଙ୍କ ସହ ମା ଅନ୍ଧାରୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର