ସର୍ବଶିକ୍ଷା ଅଭିଯାନକୁ ସଠିକ କାର୍ଯ୍ୟକାରିତା ଓ ଶିକ୍ଷାର ଗୁଣାତ୍ମକ ବିକାଶ ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୯୩ ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସର୍ବଶିକ୍ଷା ଅଭିଯାନକୁ ସଠିକ କାର୍ଯ୍ୟକାରିତା ଓ ଶିକ୍ଷାର ଗୁଣାତ୍ମକ ବିକାଶ ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୯୩ ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ କରାଯାଇଛି । 1. ଚଳିତ ବର୍ଷ କମ ଉପସ୍ଥାନର କାରଣ ଦେଖାଇ ଗଞ୍ଜାମ ଜିଲ୍ଲାରେ ଆଉଥରେ ୪୭ଟି ସରକାରୀ ସ୍କୁଲ ବନ୍ଦ ହେବା ପାଇଁ ନିର୍ଦ୍ଦେଶ ହୋଇଛି । ଗତ ବର୍ଷ ମଧ୍ୟ କିଛି ସରକାରୀ ସ୍କୁଲ ବନ୍ଦ ହୋଇଥିଲା । ଏହିପରି ପ୍ରତିବର୍ଷ କମ ଉପସ୍ଥାନ ଦେଖାଇ ଯଦି ସରକାରୀ ସ୍କୁଲ ଗୁଡିକ ବନ୍ଦ କରାଯାଏ ତାହାହେଲେ ଶିକ୍ଷା ଏକ ଅଧିକାର ସ୍ୱରୂପ ଆଉ ପରିଗଣିତ ନ ହୋଇ ଏକ ବ୍ୟବସାୟିକ ବସ୍ତୁରେ ପରିଣତ ହେବ ଓ ସର୍ବଶିକ୍ଷା ଅଭିଯାନ ନାମକୁ ମାତ୍ର ରହିବ । ଏଣୁ ଶିକ୍ଷା, ଶିକ୍ଷାପ୍ରାଣାଳୀ ଓ ଶିକ୍ଷାନୁଷ୍ଠାନ ଆଦିର ଗୁଣାତ୍ମକ ଦିଗ ପ୍ରତି ଧ୍ୟାନ ନ ଦେଇ ତାକୁ ଅବହେଳାକରି ସ୍ଥାଣୁକରିଦେବେ ଓ ଶେଷରେ ଉପସ୍ଥାନ କମ ଦେଖାଇ ବନ୍ଦ କରିଦେବା ହେଉଛି ରାଜ୍ୟ ସରକାରଙ୍କ ଏକ ହୀନ ଷଡଯନ୍ତ୍ର । ଗୋଟିଏ ସରକାରୀ ସ୍କୁଲର ଆବଶ୍ୟକତା ଗୁଡିକ ଯଥା ଶିକ୍ଷକ ନିଯୁକ୍ତି, ପାଠାଗାର, ପାନୀୟଜଳ, ଅଲଗା ପରିଶ୍ରାଗାର, ବିଦ୍ୟୁତ ଆଦି ପୂରଣ କରିବା ସହ ସ୍କୁଲରେ ଉପସ୍ଥାନ ବଢାଇବା ପାଇଁ ଆଉ ଏକ ପ୍ରସ୍ତାବ ହେଲା, ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ନିୟମ କରାଯାଉ । ଏଠିଦ୍ୱାରା ସ୍କୁଲରେ ଉପସ୍ଥାନ ବୃଦ୍ଧି ହେବା ସହ ସ୍କୁଲର ପ୍ରାଥମିକ ଆବଶ୍ୟକତା ଗୁଡିକ ପୂରଣ ହେବ ଓ ସ୍କୁଲ ପ୍ରତି ସବୁବେଳେ ସରକାରୀ ଉପଦସ୍ଥ ବାବୁମାନଙ୍କ ଦୃଷ୍ଟି ରହିବ ଓ ଆପେ ଆପେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଅଭିବୃଦ୍ଧି ଘଟିବ ।2. ଶିକ୍ଷା ଅଧିକାର ଆଇନ, ୨୦୦ଵା ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଆର୍ଥିକ ପଛୁଆବର୍ଗ, ଗୃହହୀନ, ବାଳାଶ୍ରମିକ, ଜମିହୀନ, ଯୁଦ୍ଧରେ ସହିଦଙ୍କ ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ଘରୋଇ ସ୍କୁଲ ଗୁଡିକରେ ସଂରକ୍ଷିତ ରହିବା ସହ ସମ୍ପୂର୍ଣ୍ଣ ଶିକ୍ଷା ଖର୍ଚ୍ଚ ମାଗଣା କରାଯାଇଛି । କିନ୍ତୁ ଏହି ଆଇନ କାର୍ଯ୍ୟକାରିତାରେ ଆଣିବା କଥା ଏଠି ଅନ୍ତର୍ଗତ ସ୍କୁଲ କର୍ତ୍ତୁପକ୍ଷମାନେ ଗୁରୁତର ଅବହେଳା କରୁଛନ୍ତି । ଏଣୁ ଏହାର ସଠିକ କାର୍ଯ୍ୟକାରିତା କରାଯାଉ।3. କେ.ସି.ହାଇସ୍କୁଲ, କେସି ବାଳିକା ଉଚ୍ଚ ବିଦ୍ୟାଳୟ ଓ କେସି ଟାଉନ ହାଇସ୍କୁଲକୁ ସରକାର ନିଜସ୍ୱ ଅଧୀନକୁ ନିଅନ୍ତୁ। 4. ଯେଉଁ ସ୍କୁଲ ଗୁଡିକୁ ସରକାର ପାଣ୍ଠି ଯୋଗାଇଛନ୍ତି ଏବଂ ସରକାରୀ ଅନୁଦାନ ମିଳୁଛି ସେହି ସ୍କୁଲ ଗୁଡିକୁ ପ୍ରକୃତରେ ପବ୍ଲିକ ସ୍କୁଲ କରିବା, କିନ୍ତୁ କିଛି ଘରୋଇ ସ୍କୁଲର ନାମରେ ପବ୍ଲିକ ଶଦ୍ଧ ବ୍ୟବହାର କରାଯାଉଛି । ପବ୍ଲିକ ଶଦ୍ଧ ବ୍ୟବହାର ପ୍ରତି କଟକଣା କରାଯିବାକୁ ଦାବି ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା