

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱର ତହସିଲ ଅଧିନ ପଶ୍ଚିମବାର୍ଡ ଆର୍ଆଇ ସର୍କଲ ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ବେଆଇନ୍ ଭାବେ ସର୍ବସାଧାରଣ ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ଥିବା ଗୋଚର ଓ ଜଳନିଷ୍କାସନ ରାସ୍ତା ଉପରେ କେତେକ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରି ଅନ୍ୟକୁ ଭଡା ସୂତ୍ରରେ ଦେଇଛନ୍ତି । ସେମାନେ ଭଡା ସୂତ୍ରରେ ଲାଭବାନ୍ ହେଉଥିବା ବେଳେ ଜନସାଧାରଣ ବାରମ୍ବାର ଆର୍ଆଇଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଗାଁ ଅଞ୍ଚଳର ଜଳ ନିଷ୍କାସନ ହୋଇ ପାରୁନଥିବାରୁ ବର୍ଷାଦିନେ କେତେକଙ୍କ ଘରେ ପାଣି ପଶିଯାଇଥାଏ । ଗାଁ ଦାଣ୍ଡ ବୁଡି ରହୁଥିବାରୁ ଯାତାୟାତରେ ଲୋକେ ହଇରାଣ ହେଉଛନ୍ତି । ଗାଁର ରବିନ୍ଦ୍ରନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ଗିରି, କମଳ ଲୋଚନ ପ୍ରଧାନ, ପିତାମ୍ବର ପ୍ରଧାନ ପ୍ରମୁଖ ଏହି ଜଳନିଷ୍କାସନ ରାସ୍ତାକୁ ଜବରଦଖଲ କରି ରହିଛନ୍ତି । ଜବରଦଖଲ ହଟାଇ ଗୋଚର ଜମିର ସୁରକ୍ଷା ସହିତ ଜଳନିଷ୍କାସର ବ୍ୟବସ୍ଥାକ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ରାମଚନ୍ଦ୍ର ଗିରି, ଗଂଗାଧର ପ୍ରଧାନ, ମହାଦେବ ସୁର, ସୁଧିରକୁମାର ଦାସ, ଗଣେଶ ପ୍ରଧାନ, ଟିଟୁ ଜେନା, କାର୍ତ୍ତକ ଗିରି, ସୃଷ୍ଟିଧର ମୁଖୀ, କୃଷ୍ଣାକୁମାର ପାଣିଗ୍ରାହି, ଭାରତୀ ସାହୁ ପ୍ରମୁଖ ଜଳେଶ୍ୱର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା