


ବ୍ରହ୍ମପୁର(ସମୃଦ୍ଧଓଡିଶା) ବିଭିନ୍ନ କ୍ଷେତ୍ରରେ ଗଞ୍ଜାମର କଳାକାର, କ୍ରୀଡାବିତ୍ ଓ ମହିଳା ମାନେ ଜାତୀୟ ଓ ବିଶ୍ବସ୍ତର ରେ ସମ୍ମାନ ଆଣି ନିଜ ସହ ଜିଲ୍ଲାକୁ ଗୌରବ ଆଣି ପାରିଛନ୍ତି। ସେହିପରି ଶରଧାବାଲି ଅଞ୍ଚଳର ସୁଖବିନ୍ଦର୍ ସିଂହଙ୍କ ଧର୍ମପତ୍ନୀ ଶ୍ରୀମତୀ ଇଶଙ୍କା ସାହୁ ଦିଲ୍ଲୀ ଠାରେ ଅନୁଷ୍ଟିତ ମିସେସ୍ ଇଣ୍ଡିଆ କ୍ୱିନ ଅଫ ହାର୍ଟ 23 -24 ଜାତୀୟ ସ୍ତର ସୁନ୍ଦରୀ ପ୍ରତଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସୁନ୍ଦରୀ ମୁକୁଟ ମଣ୍ଡନ କରି ରାଜ୍ୟ ନିମନ୍ତେ ଗୌରବ ଆଣି ପାରିଛନ୍ତି ଏବଂ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇ ପାରିଛନ୍ତି। ଶ୍ରୀମତୀ ସାହୁ ପିଲାଟି ବେଳୁ ନୃତ୍ୟ, ସଙ୍ଗୀତ, କଳା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ପାରିଛନ୍ତି ଓ ନିଜେ B-Tech ପାସ କରି ନିଜସ୍ଵ ବିୟୁଟି ସେଲୁନ୍ ପ୍ରତିଷ୍ଠା କରିଛନ୍ତି। ସେ ବିଶିଷ୍ଟ ସମାଜସେବିକା ଶ୍ରୀମତୀ ବନ୍ଦିତା ସାହୁ ତ୍ରିପାଠୀଙ୍କ ସୁକନ୍ୟା ଅଟନ୍ତି। ସେହିପରି ମୋନାଲିସା ଦାସ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଶ୍ରୀମତୀ ସାହୁଙ୍କ ଏହି ସମ୍ମାନ ନିମନ୍ତେ ଆଜି ଧର୍ମ ନଗର ସ୍ଥିତ “ୱିନ ହୋଟେଲ” ସମ୍ମିଳନୀ ପ୍ରକୋଷ୍ଠରେ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯିବା ସହ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇଥିଲା । ସୃଜନୀ ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ,ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ,ସୃଜନୀ ପ୍ରତିଷ୍ଠାତା ଶ୍ରୀମତି ବନ୍ଦିତା ସାହୁ ତ୍ରିପାଠୀ, ବରିଷ୍ଟ ସାମ୍ବାଦିକ ଶ୍ରୀ ସୁଦୀପ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଦେବଯାନୀ ଷଡ଼ଙ୍ଗୀ, ଅସ୍ମିତା ମହାନ୍ତି, ପ୍ରିୟଙ୍କା ସାହୁ, ପୁଷ୍ପଲତା ପାଣିଗ୍ରାହୀ, ସନ୍ଧ୍ୟା ପଟ୍ଟନାୟକ,ମାଷ୍ଟର ରାଜ, ରଶ୍ମିତା ଦାସ, ଶ୍ରୀମତୀ ଚନ୍ଦ୍ରକଳା ଦେବୀ, ଶ୍ରୀମତୀ ସସ୍ମିତା ସାହୁ , ଶ୍ରୀ ପ୍ରଣବ ପଣ୍ଡା, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପାଢ଼ୀ, ପ୍ରଣୀତା ହୋତା, ,ସ୍ଵାଧୀନ ପାତ୍ର, କରିସ୍ମା ଖାନ୍ , ରଶ୍ମିତା ଦଳାଇ ପ୍ରମୁଖଙ୍କ ସମେତ ବହୁ ଅନୁଷ୍ଠାନ ଶ୍ରୀମତୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଭବିଷ୍ୟତରେ ସମାଜସେବା ସହ ଯୁବକ ଯୁବତୀ ଓ ସମାଜ ନିମନ୍ତେ କର୍ଯ୍ୟ କରିବି ବୋଲି ଶ୍ରୀମତୀ ସାହୁ ମତବ୍ୟକ୍ତ କରିବା ସହ ଫେସନ ଶୋ କ୍ଷେତ୍ରରେ ଅନ୍ୟ ମାନଙ୍କୁ ସହୋଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।
ରିପୋର୍ଟ: ସୁଶାନ୍ତ ସାବତ