ସହୀଦଦିବସ ପାଳନ ଅବସରରେ ସହିଦଙ୍କୁ ସ୍ମରଣ କଲେ ଆମ ପୋଲିସ ବାବୁମାନେ.. ଆସନ୍ତୁ ଦେଖିବା କେମିତି ..

ଛତ୍ରପୁର(ନିମାଇଁ ଚରଣ ପଣ୍ଡା ):ସହୀଦ ଦିବସ ଅବସରରେ ସେମାନଙ୍କ ସମାଜ ପ୍ରତି ଅତୁଳନୀୟ ଅବଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେହି ସହୀଦ ମାନଙ୍କୁ ସ୍ମରଣ କରିବା ପାଇଁ ବିଭିନ ସ୍ଥାନରେ ଗୃହ ବିଭାଗ ପକ୍ଷରୁ ମାରାଥନ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଗଞ୍ଜାମ  ପୋଲିସ୍ ଜିଲ୍ଲା ପକ୍ଷରୁ ମଧ୍ୟ ସହୀଦ ଦିବସ ପାଳନ ଅବସରରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ରଜର୍ଭ ପଡ଼ିଆ ଠାରେ ପୋଲିସ୍ କର୍ମଚାରୀ,ଯୁବକ ଓ ଛାତ୍ର ସମାଜ , ସ୍ୱେଚ୍ଛାସେବୀ, ସାମ୍ବାଦିକ, ମହିଳା ମାନଙ୍କୁ ନେଇ ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମାରାଥନ୍ ଦୌଡ଼ରେ ଭାଗ ନେଇଥିଲେ । ଏଥିରେ ଗଂଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର,ହେଡ଼କ୍ୱାର୍ଟର ଡ଼ିଏସପି ଦିଲ୍ଲୀପ ଦାସ,ଡ଼ିଆଇବି ଡ଼ିଏସପି କେଶବ ଚନ୍ଦ୍ର ବେହେରା,ଏସ.ପ୍ରଧାନ,ରିଜର୍ଭ ଇନ୍ସପେକ୍ଟର ସୁବଳ ସୋରେନ୍,ଆସିଷ୍ଟାଂଟ କମାଣ୍ଡାଂଟ ଜିତେନ୍ଦ୍ର କୁମାର ଦେହୁରୀ, ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ,ଛତ୍ରପୁର ଥାନା ଅଧିକାରୀ ପିୟସ୍ ରଂଜନ ଛୋଟରାୟ,ଗଂଜାମ ଥାନା ଅଧିକାରୀ ଅନୀଲ୍ କୁମାର ମହାନ୍ତି,ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବୈଦେହୀ ବେହେରା,ଚମାଖଣ୍ଡି ଥାନା ଅଧିକାରୀ ଚିତରଂଜନ ବେହେରା,ଏ.ରାବଣା ରାଓଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ମାରାଥନ ଦୌଡ଼ରେ ସାମିଲ୍ ହେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଗଣଦୌଡ଼ ରିଜର୍ଭ ପୋଲିସ୍ ପଡ଼ିଆ ଠାରୁ ବାହାରି ଛତ୍ରପୁର ସହର ପରିକ୍ରମା କରି ପ୍ରାୟ ୫ କିମି ଅତିକ୍ରମ ପରେ ପୁଣି ରିଜର୍ଭ ପଡ଼ିଆକୁ ଫେରିଥିଲେ । ଏହି ଗଣଦୌଡ଼ ମାଧ୍ୟମରେ ସହୀଦ ମାନଙ୍କୁ ସମ୍ମାନ ଦେବାସହ ସେମାନଙ୍କ ଦେଶ ପ୍ରତି ଅବଦାନ ସମ୍ପର୍କରେ ସ୍ମରଣ କରାଇଥିଲେ ।

ଅନ୍ୟ ପକ୍ଷରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଧ୍ୟ ସହୀଦ ଦିବସ ପାଳନ କରାଯାଇଛି । ଜନସଚେତନତା ସୃଷ୍ଟି କରିବା ପାଇଁ ସହୀଦ ମାନଙ୍କୁ ସ୍ମରଣ କରିବା ଉଦେଶ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଧ୍ୟ ଏକ ମିନିମାରାଥାନ କାର୍ଯ୍ୟକ୍ରମ ଆଜିସକାଳେ ଆରମ୍ଭ ହୋଇଥିଲା । ବ୍ରହ୍ମପୁର ଏସପି ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସହୀଦ ଦିବସରେ ପତାକା ଉତ୍ତୋଳନ କରି ସହୀଦଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକରୁ ଟାଉନ ହଲ ପର୍ଯ୍ୟନ୍ତ ଏକ ମିନିମାରାଥାନ ଯାଇଥିଲା ।