ସାଂପ୍ରଦାୟିକ ରାଜନୀତି, ଦରବୃଦ୍ଧି, ବେକାରୀ ବୃଦ୍ଧି, ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ଦାବିରେ ଜଳେଶ୍ୱର ବସଷ୍ଟାଣ୍ଡରେ ବିରାଟ ସାଧାରଣ ସଭା …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଅର୍ଥନୈତିକ-ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ଆଜି ଅତ୍ୟନ୍ତ ସଙ୍କଟ ଜନକ ଅବସ୍ଥାରେ  ପହଞ୍ଚିଲାଣି । କେନ୍ଦ୍ରରେ ବିଜେପି ପରିଚାଳିତ ଏନ.ଡି.ଏ ର ମୋଦୀ ନେତୃତ୍ୱାଧୀନ ସରକାର ଆସିଲା ପରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଆକ୍ରମଣ ବ୍ୟାପକ ହୋଇଛି । ଆଚ୍ଛାଦିନ ଆସିବ, ଦର ବୃଦ୍ଧି ବନ୍ଦ ହେବ, ବର୍ଷରେ ୨ କୋଟି ନିଯୁକ୍ତି ମିଳିବ ପ୍ରଭୃତି ନିର୍ବାଚନ ପ୍ରତିଶ୍ରୁତି ଆଜି ପାଣିର  ଗାରରେ ପରିଣତ ହୋଇଛି । ମୋଦୀ ସରକାରର ୫ ବର୍ଷ ପୂରଣ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଦେଶର ସାମ୍ବିଧାନିକ ସଂସ୍ଥା ସି.ବି.ଆଇ, ଆର.ବି.ଆଇ ଏବଂ ଅନ୍ୟାନ୍ୟ ସଂସ୍ଥା ଉପରେ ଆକ୍ରମଣ ଜୋରଦାର ହୋଇଛି । ବିମୁଦ୍ରାକରଣ, ଜି.ଏସ.ଟି ଫଳରେ ବେକାରୀ ଓ ଦର ବୃଦ୍ଧି ଦୃତ ଗତିରେ ବଢିଛି । ଚାଷର ସହାୟକ ମୂଲ୍ୟ, ଋଣ ଛାଡ ନ ହେବ ଫଳରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଚାଷ କ୍ଷେତ୍ରରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଜନସେବା କ୍ଷେତ୍ରରେ ଥିବା ସରକାରୀ ସାହାର୍ଯ୍ୟ ବା ରିହାତି ଅର୍ଥ କାମ କରି ଦିଆଯାଉଛି । ରାନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, କିରୋସିନି ଦ୍ୱାରା ପ୍ରତିଦିନ ବୃଦ୍ଧି ପାଉଛି । ଧର୍ମ ନାମରେ ସାଂପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି । ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଉପରେ ଜୋରଦାର ଆକ୍ରମଣ ହେଉଛି । ରାଜ୍ୟର ବିଜେଡି ସରକାର ଲୋକଙ୍କର ମୌଳିକ ସମସ୍ୟାକୁ ପୁରାଣ ନ କରି କ୍ଷମତାରେ ରହିବ ପାଇଁ ବିଜେପି ସହ ସଲା ସୁତୁରା କରୁଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଚାଷୀ, ଶିକ୍ଷକ, ଓକିଲ ଏବଂ ଶ୍ରମଜୀବୀ ମାନଙ୍କର ଆନ୍ଦୋଳନ ବଢି ଚାଲି ଥିଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି ବୋଲି ବକ୍ତା ମାନେ ବକ୍ତବ୍ୟ ରଖିଛନ୍ତି । ଏହି ସାଧାରଣ ସଭାରେ ସଂପାଦକ ଦିଲ୍ଲୀପ କୁମାର ଗିରି ସଭାପତିତ୍ୱ କରିଥିଲେ । ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଶିଶିର ସାହୁ, ସୀତାଂଶୁ ସେନାପତି, ଜି ଜିତାଂଶୁ ନଳୀ, ଦିପ୍ତୀମାନ ଆଚାର୍ଯ୍ୟ, ଦିଲ୍ଲୀପ ପରିଡା, ଗଣେଷ ଭୂୟାଁ, ରାମଚନ୍ଦ୍ର ଦେ, ପଲଟୁ ଦାସ, ଆରତୀ ପଲାଇ, ସବିତା ଭୂୟାଁ, ଲକ୍ଷ୍ମୀଧର ପଲାଇ, ରବୀନ୍ଦ୍ର ବାରିକ, ଗଣେଷ ପତ୍ର, ଜୀବନ ପରିଡା, ସେକସାଦ୍ଦିକ, ଯତୀନ ଜେନା ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଏକ ବିକଳ୍ପ ନୀତି ଓ ଗଣ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଛନ୍ତି । ଏହି ଦାବି ଉପରେ ରବୀନ୍ଦ୍ର ବାରିକ ସଭାପତିତ୍ୱରେ ଅଗ୍ରୱାଲ ଛକରେ ଏକ ସଭା  ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା