

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ହାତପାଣ୍ଠିରେ ଜଳେଶ୍ୱର ବ୍ଲକର ୫ଟି ପଂଚାୟତର ଗାଁ ଛକ ଆଲୋକିତ ହୋଇଥିବା ଜଣାଯାଇଛି । ଗତ ଶନିବାର ସଂଧ୍ୟାରେ ନଛିମପୁର ପଂଚାୟତର ନାଙ୍ଗୁଡସାହି ଶିବ ମନ୍ଦିର ନିକଟରେ ଏକ ଉଜ୍ଜଳ ଆଲୋକ (ହାଇମାକ୍ସ ଲାଇଟ୍)କୁ ଶ୍ରୀ ଷଡଙ୍ଗୀ ଲୋକାର୍ପିତ କରିଛନ୍ତି । ବହୁଦିନ ଧରି ଉକ୍ତ ସ୍ଥାନଟି ଅନ୍ଧାରୁଆ ରହିଥିବା ବେଳେ ଏବେ ଆଲୋକିତ ହେବାରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ନଛିମପୁର ପଂଚୟତ ବିଜେପି ସଭାପତି ଅରୁଣ ଜେନା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଅଂଶୁମାନ ମହାନ୍ତି, ନିତ୍ୟାନନ୍ଦ ଦାସ, ଅମରେଶ ଜେନା, ଅଶୋକ ଜେନା, ରଂକିୁ ପାତ୍ର, ଦେବୁ ଦତ୍ତ, ଦିଲ୍ଲିପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦଙ୍କୁ ଆମ୍ବଳିଅଠା ଗୋପବଂଧୁ ୟୁଥ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରିଥିବା ବେଳେ ନାଙ୍ଗୁଡସାହି ଗ୍ରାମର ତ୍ରିଲୋଚନ ଦାସଅଧିକାରୀ ଓ ରବିନ୍ଦ୍ର ଦାସ ଲକ୍ଷ୍ମଣନଥ ରେଳ ଷ୍ଟେସନକୁ ପୂର୍ବପଟୁ ଯିବାଲାଗି ଏକ ପାଦଚଲା ପୋଲ ନିର୍ମାଣ ଲାଗି ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଗୋବରଘଟା, ସୁଗୋ, ନେତୁଆ, ସମ୍ପତ୍ତିଆ ପଂଚାୟତରେ ଅନୁରୂପଭାବେ ଶ୍ରୀ ଷଡଙ୍ଗୀ ଉଜ୍ଜଳ ଆଲୋକକୁ ଲୋକାର୍ପିତ କରିଥିଲେ ।
ରିପୋର୍ଟ : ଭୂପତି ପରିଡା