ସାଉଥକୋ ମିଟର ରିଡ଼ର ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ:ପ୍ରଶାସନକୁ ଚେତାବନୀ ଯଥାଶୀଘ୍ର ଦାବି ପୂରଣ କର ନଚେତ ଜାରି ରହିବ ଆନ୍ଦୋଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଉଥକୋ ମିଟର ରିଡ଼ର ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସେହି ସଭାରେ ଦୀର୍ଘ ୧୫ ବର୍ଷ ହେଲା ସାଉଥକୋ ୟୁଟିଲିଟିର ମିଟର ରିଡିଙ୍ଗ ଓ ବିଲ ବଣ୍ଟନ କାର୍ଯ୍ୟକୁ ବିଭିନ୍ନ ଠିକା ସଂସ୍ଥା ଅଧୀନରେ ରହି କମିଶନ ଭିତ୍ତିକ ଆଳରେ ସ୍ୱଳ୍ପ ଦରମା ପାଇ କାର୍ଯ୍ୟ କରିଆସୁଛୁ ବୋଲି କହିଥିଲେ । ଏହାସହ ସରକାରଙ୍କ ବିଜ୍ଞପ୍ତି ସର୍ବନିମ୍ନ ମଜୁରୀ ଗତ ୩ ଅକ୍ଟୋବର ୨୦୧୮ରେ ପ୍ରକାଶ ପାଇଥିଲା ଏହାପରେ ସର୍ବନିମ୍ନ ମଜୁରୀ ପାଇବା ପାଇଁ ଜିଲ୍ଲା ପ୍ରଶାସନ, ସାଉଥକୋ ମୁଖ୍ୟ ପରିଚାଳକ, ଜିଲ୍ଲା ଶ୍ରମ ଅଫିସର ଓ ଠିକାଦାର ମୋହଦୟଙ୍କୁ ବାରମ୍ବାର ନିବେଦନ କରି ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଅଣଦେଖା କରି ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଦେଶର ସମସ୍ତ ଆନ୍ଦୋଳନର ପଥ ଅବଲମ୍ବନ କରି ଗତ ୫ ମାର୍ଚ୍ଚ ୨୦୧୯ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛୁ ତଥାପି ମଧ୍ୟ ସାଉଥକୋ କର୍ତ୍ତୃପକ୍ଷ କିମ୍ବା ଠିକାଦାର ମୋହଦୟ ଆମ୍ଭ ଦାବିକୁ ପୂରଣ କରିବା ପାଇଁ କୌଣସି ନିଷ୍ପତି ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଆମ୍ଭେମାନେ କାର୍ଯ୍ୟ ବନ୍ଦ କରିବା ଦ୍ୱାରା ଜନସାଧାରଣ ବା ଖାଉଟି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଏହି ଆନ୍ଦୋଳନ ଚାଲୁ ରହିବ ତେବେ ଜନସାଧାରଣ ବା ଖାଉଟି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ କେବଳ ସାଉଥକୋ କର୍ତ୍ତୃପକ୍ଷ ଓ ଠିକାଦାର ମୋହଦୟ ରହିବେ ବୋଲି ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି । ଗ୍ରାହକମାନଙ୍କ ଅସୁବିଧା ନିମନ୍ତେ ସଂଘର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ଜନସାଧାରଣଙ୍କ ଠାରେ କ୍ଷମା ପ୍ରାର୍ଥନା କରିବା ସହ ଯଥାଶୀଘ୍ର ଆମ୍ଭମାନଙ୍କ ଦାବି ସର୍ବନିମ୍ନ ମଜୁରୀ ପାଇବା ପାଇଁ ଜିଲ୍ଲା ପ୍ରଶାସନ, ସାଉଥକୋ ମୁଖ୍ୟ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଏହି ସଭାରେ ଏସ.ବାଲାରାଜୁ, ପ୍ରଶାନ୍ତ କୁମାର ବାରିକ,ପ୍ରବୀଣ କୁମାର ପାଢୀ, ହରପ୍ରସାଦ ନନ୍ଦ, ସନ୍ତୋଷ କୁମାର ପାଣିଗ୍ରାହୀ, ବ୍ରହ୍ମାନନ୍ଦ ମିଶ୍ର, ସରୋଜ ମିଶ୍ର ଏବଂ ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି କହିଥିଲେ ଆଗାମୀ ଦିନରେ ଯଦି ଆମର ଦାବୀ ପୁରଣ ନକରାଯାଏ ତେବେ ତୀବ୍ର ଆନ୍ଦୋଳନ କୁ ଓହ୍ଲାଇବୁ ।

ରିପୋର୍ଟ : ସୁମୀତ ପଟ୍ଟନାୟକ