ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ପରିସର ବାମ ପାର୍ଶ୍ଵ କୋଠାରେ ସାଧାରଣ ନିର୍ବାଚନ ଲାଗି ଇଭିଏମ ଓ ଭିଭିପାଟ ମେସିନ ରଖାଯାଇ ବାହାରୁ ସିଲ କରାଯାଇଛି । ବାହାରେ ସିସି କ୍ୟାମେରା ଲାଗି ଥିବାବେଳେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ମତଦାନ ପରେ ଇଭିଏମକୁ ଅନସ୍ଲୋ ହାଇସ୍କୁଲ ଷ୍ଟ୍ରଙ୍ଗରୁମରେ ଆଣି ରଖାଯାଇ ସିଲ କରାଯିବ । ଏଥିପାଇଁ ହାଇସ୍କୁଲର ଡାହାଣ ପାର୍ଶ୍ୱ କୋଠାର ଉପର ମହଲାରେ ଷ୍ଟ୍ରଙ୍ଗ ରୁମ ନିର୍ମାଣ କରାଯିବ । ନିର୍ବାଚନ ପରେ ଏଠାରେ ଭୋଟ ଗଣତି ହେବ । ଏହାର ପ୍ରସ୍ତୁତି ଏବଂ କେଉଁଠି କଣ କରାଯିବ ରବିବାର ଅନସ୍ଲୋ ସରକାରୀ ହାଇସ୍କୁଲକୁ ଯାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏ ମିଳିତ ଭାବେ ଅନୁଧ୍ୟାନ କରିଛନ୍ତି । ଭୋଟ ଗଣତି ପାଇଁ ଏଠାର ଭିତ୍ତିଭୂମି ସହ ସୁରକ୍ଷା ବ୍ୟବସ୍ଥା କଣ କରାଯିବ ସେ ନେଇ ଏକ ମିଳିତ ରିପୋର୍ଟ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯିବ । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଡେପୁଟି ସବକଲେକ୍ଟର ସଚ୍ଚିଦାନନ୍ଦ ନାୟକଙ୍କ ସମେତ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଓ ଏସପି ଅନସ୍ଲୋ ହାଇସ୍କୁଲ ବୁଲିବା ସହ ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚାଳନା କରି ତଥ୍ୟ ପଚାରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା