


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳିତ ହୋଇ ବହୁ ଲୋକାଭିମୁଖୀ ଯୋଜନାର ଆରମ୍ଭ କରାଯିବାକୁ ସ୍ଥିର ହୋଇଥିବା ବେଳେ ରାଜ୍ୟ ବିଜେଡ଼ି ତରଫରୁ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ନେଇ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ କରିଅଛି । ଏହିକାର୍ଯ୍ୟ ଦ୍ୱାରା ଗାନ୍ଧୀ ବିଚାର ଧାରାକୁ ଜନମାନସରେ ପ୍ରତିଫଳନ କରାଇବାର ସଚେତନତା ପାଇଁ ସ୍ୱତନ୍ତ୍ର ନିର୍ମିତ ଅହିଂସା ରଥ ଦ୍ୱାରା ସାରା ଓଡିଶା ପରିକ୍ରମଣର ଆୟୋଜନ ସହିତ ସ୍ୱତନ୍ତ୍ର ପଥପ୍ରାନ୍ତ ସଭା ମାଧ୍ୟମରେ ପଦଯାତ୍ରା ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ସାନଖେମୁଣ୍ଡି ବିଧାନସଭା ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ବତନ୍ତ୍ର ଆୟୋଜନ ଆଜି ବୁଧବାର ଅପରାହ୍ନ ପାଟପୁର ଗାନ୍ଧୀଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରୁ ପରିକ୍ରମଣ କରୁଥିବା ଅହିଂସା ରଥକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦଯାତ୍ରୀମାନଙ୍କୁ ସମ୍ମାନିତ କରାଯିବା ସହିତ ପରିକ୍ରମଣ କରୁଥିବା ମହାତ୍ମାଗାନ୍ଧୀଙ୍କ ରୂପଧାରୀଙ୍କୁ ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ମହାତ୍ମାଗାନ୍ଧୀଙ୍କ ଆଦର୍ଶଧାରାକୁ ବିଶ୍ୱାସ ରଖିଥିବା ବିଜେଡ଼ି ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ନେଇ ସଚେତନତା କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଟପୁର ଗ୍ରାମ ପରିକ୍ରମା କରଯାଇଥିଲା । ପାଟପୁର ସ୍ଥିତ ବନେସ୍ୱରି ଛକ ଠାରେ ଏକ ପଥପ୍ରାନ୍ତ ସଭାରେ ବିଧାୟିକା, ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ସ୍ୱାଇଁ, ରାଜ୍ୟ ଓସ୍କାର୍ଡ଼ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ସହଦେବ ପ୍ରଧାନ, ଶଙ୍କର୍ଶଣ ସ୍ୱାଇଁ, ଓମ୍ ସାହୁ, ଅମିନ ପ୍ରଧାନ, ସରପଞ୍ଚ ନୀଳ ମାଧବ ରାଉତ,ଛାତ୍ର ବିଜେଡ଼ି ସଭାପତି କାହ୍ନୁ ଚରଣ୍ ନାୟକ ଜଗନ୍ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


