

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) କରୋନା ଭାଇରସ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଗଞ୍ଜାମଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ । ଏଥିରେ ବ୍ଲକର ୨୬ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ସମଗ୍ର ବ୍ଲକରେ ଲୋକଙ୍କୁ କିପରି ସଚେତନ ହେବେ ସେ ନେଇ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ବୁଝାଇଥିଲେ । ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ, ବ୍ଲକ ଉପଧକ୍ଷ ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଯୋଗଦେଇ କରୋନା ମୁକ୍ତ ସମାଜ ଗଠନ କରାଯିବା ସହିତ ପ୍ରତି ମଣିଷ ନିଜେ କରୋନା ଭାଇରସଠାରୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ