ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମଁl’ଙ୍କ ଆଜି ସକାଳେ ଗେଟବଜ଼ାର ସ୍ଥିତ ବିଲ ସାହି ନିଜ ବାସଭବନ ଠାରେ ପରଲୋକ ଘଟିଯାଇଛି l ବିଧାୟକଙ୍କ ମାଁ’ଙ୍କ ନାମ ହେଲା ଅପସରି ଜେନା l ସେ ଆଜି ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି l ତେବେ ରମେଶ ଜେନାଙ୍କୁ ଵ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ ପାଇଁ କୋର୍ଟ ଦୀର୍ଘ ବର୍ଷ ଧରି କଟକଣା ରଖିଥିବାରୁ ଏହାକୁ ଆଧାର କରି ତାଙ୍କ ଓକିଲ କିଶୋର ବିଷୋୟୀ, ନିର୍ମଳ ସାହୁ ଏବଂ ସରୋଜ ଗୌଡ଼ ଜିଲ୍ଲା କୋର୍ଟରୁ ଅନୁମତି ଆଣିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ l କୋର୍ଟଙ୍କ ଆଦେଶ ମିଳିବା ସଂଗେ ସଂଗେ ବିଧ୍ୟାୟକ ରମେଶ ଜେନା ଵ୍ରହ୍ମପୁର ସହରସ୍ଥିତ ବିଲ ସାହି ବାସଭବନରେ ପହଞ୍ଚିଥିଲେ l ସେଠୁ ତାଙ୍କ ମଁlଙ୍କ ମରଶରୀରକୁ ଗେଟବଜ଼ାର ସ୍ମଶାନକୁ ନିଆଯାଇଥିଲା l ଏହି ଶବ ଶୋଭା ଯାତ୍ରାରେ ରମେଶଙ୍କ ବାପା ଅରକ୍ଷିତ ଜେନା, ତାଙ୍କର ସାମ୍ପକୀୟ, ଆଇନଜୀବି ଦିପକ ପଟ୍ଟନାୟକ, ପ୍ରଦୀପ ବେହେରା, ସ୍ଥାନୀୟ ପୂର୍ବତନ କର୍ପୋରେଟର ଆର ମୂରଲୀ ମୋହନ, ମୁକୁନ୍ଦ ଗୌଡ଼, ବାଲିଗୁଡ଼ାର ଟୁନା ଦାସ, କଂଗ୍ରେସର ଶିବ ପାତ୍ର, ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାଗିରଥି ବେହେରାଙ୍କ ସହ ସମସ୍ତ ସଦସ୍ୟ, କଂଗ୍ରେସ ମିଡିଆ ସେଲ୍ ଚିନମୟୀ ହୋତାଙ୍କ ସମେତ ସାନଖେମୁଣି ବ୍ଲକରୁ ବରିଷ୍ଠ ନେତାଙ୍କ ସମେତ ବହୁ ପ୍ରଂଶସକ ସ୍ଥାନୀୟ ସାହି ବାସିନ୍ଦା ଏବଂ ସାନଖେମୁଣ୍ଡି ଅଞ୍ଚଳର ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ l ତେବେ ମଁlଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ବ୍ରହ୍ମପୁରରେ ୧୫ ଦିନ ରହିବାକୁ ରମେଶଙ୍କ ଓକିଲ ଆବେଦନ କରିଥିଲେ l କିନ୍ତୁ ମାନ୍ୟବର କୋର୍ଟ ୧୩ ଦିନ ପାଇଁ ADS(3) ଅନୁମତି ମଞ୍ଜୁର କରିଛନ୍ତି ବୋଲି ସୂଚନା ମିଳିଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା