

ଛତ୍ରପୁର (ସମୃଦ୍ଧ ଓଡିଶା) ସାପ କାମୁଡି ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଳାସପୁର ଗାଁର ବାସୁଦେବ ଦାସ ମନ୍ଦିରରେ ଦୈନଦିନ ପୂଜା ନୀତି କରି ଆସୁଥିଲେ । ହେଲେ ଆଜି ପୂଜା କରି ଘର ଭିତରକୁ ଯାଇ କିଛି ସମୟ ପାଇଁ ବିଶ୍ରାମ ନେବା ସମୟରେ ହଠାତ ଗୋଟିଏ ଚିଟି ସାପ ଆସି କାମୁଡି ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଝଡ଼ାଫୁଙ୍କା କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଛତ୍ରପୁର ମେଡିକାଲର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବା କହିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


