

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶର ପ୍ରଥମ ମହିଳା ସମାଜସେଵୀ ଆଜୀବନ ବିପ୍ଲବୀ ସାବିତ୍ରୀ ବାଇ ପୁଲେଙ୍କ ଜନ୍ମତୀଥି ଅବସରରେ କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନଙ୍କ ନେତୃତ୍ୱରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୬୨ ଜଣ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ । ଯୁବ, ଛାତ୍ର, ଗୋପାଳପୁର ଡକ୍ ୱାର୍କର୍ସ ୟୁନିୟନ୍ ଉପସଭାପତି, ସାଧାରଣ ସଂପାଦକ ଓ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଉଦଘାଟନ କରଥିବା ବେଳେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଆୟୁବ ଖାନ୍, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଭବାନୀ ଶଙ୍କର ସାହୁ, ଖଲିକୋଟ କଲେଜର ପୂର୍ବତନ ଛାତ୍ର ସଂସଦର ସଭାପତି ବିଶ୍ୱଜିତ୍ ପାତ୍ର, ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା ପ୍ରମୁଖ ଉପସ୍ଥିତ ରହହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ ସଂଘର ସଂପାଦକ ଜଲାଲ ଖାନ୍, ଓବିଡେଣ୍ଟ ପାଣି, ଚାନ୍ଦନୀ ଗୁପ୍ତା, ପ୍ରଦୀପ ନାହାକ, ଅଭିଷେକ ପଟ୍ଟନାୟକ, ରାଜୁ ରେଡ୍ଡି, ରୁଦ୍ରେଶ୍ୱର ବେହେରା, ସରିତ୍ କୁମାର ସାହୁ, ସୁବୋଧ ସୁମନ ସ୍ୱାଇଁ, ଦୀପକ କୁମାର ରାଉଳ, ରଞ୍ଜିତ୍ କୁମାର ରଥ ଓ କାହ୍ନା ଦାଶ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରର ଡା.ସୁସ୍ମିତା ବେହେରା, ପ୍ରଦୀପ କୁମାର ସୁବୁଦ୍ଧି, ଦେବାଶିଷ ପଣ୍ଡା, ରାମହରୀ ପଣ୍ଡା, ଡି.ବି.କାର୍କୀ ଓ ଭଗବାନ ବରାଡ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଏ.ଏନ୍.ରାଉତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




