ସାମ୍ବାଦିକ ସମ୍ମିଳନୀ ଡ଼ାକି ବିଧାୟକ ତାଙ୍କ ୧୦୦ଦିନର ରିପୋର୍ଟ କାର୍ଡ ପେସ କଲେ : ଇଏ ହେଉଛନ୍ତି ପ୍ରକୃତ ନେତା

ରାଉରକେଲା(ସମୃଦ୍ଧଓଡିଶା) ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦୁର୍ଗାଚରଣ ତନ୍ତୀ ନିର୍ବାଚିତ ହେବା ପରେ ୧୦୦ଦିନ ମଧ୍ୟରେ ସେ ନେଇଥିବା ବିଭନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଏକ ରିପୋର୍ଟ ସାମ୍ବାଦିକଙ୍କୁ ପ୍ରଦାନ କରିଛନ୍ତି। ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଶ୍ରୀ ତନ୍ତୀ ସୂଚନା ଦେଇ କହିଲେ ଯେ ମୁଁ ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳକୁ ଗସ୍ତକରି ଲୋକଙ୍କ ସମସ୍ୟା କୁ ବୁଝିବା ସହ କେତେକ ସମସ୍ୟାର ସମାଧାନ ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛି। ଏଥିସହ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉତ୍ଥାପନ କରି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଇସ୍ପାତ ସହରାଞ୍ଚଳ ଓ ସାରନଗରୀ, ଲାଠିକଟା ବ୍ଲକ୍ ଅଞ୍ଚଳର ଲାଠିକଟା, ବଲାଣି, ସୁଇଡିହି, ହାତୀ ବନ୍ଧା, ମୁଣ୍ଡଜୋର, ରାମଯୋଡି, ଜଲଦା ଅଞ୍ଚଳବାସୀଙ୍କ ବିଦ୍ୟୁତ୍, ପାନୀୟଜଳ, ରାସ୍ତା ସମସ୍ୟା କୁ ଆରଏମସି କମିଶନର ଅଧ୍ୟକ୍ଷତାରେ ସମାଧାନ ପାଇଁ ନିଷ୍ପତ୍ତି, ପୂର୍ବରୁ ଟାଙ୍ଗରପାଲୀ ଥାନା ଅଧୀନରେ ଥିବା କାଟେବସ୍ତି,ବିଜୁବନ୍ଧ ବସ୍ତି ଯେଉଁଠାକୁ ନେତା କି ସରକାରୀ ଅଧିକାରୀଙ୍କ ପାଦ ପଡ଼ିନଥିଲା ସେଠାରେ ଆରଏମସି କମିଶନର ଙ୍କୁ ନେଇ ସେଠାକାର ସମସ୍ୟା ସମ୍ପର୍କରେ ଅବଗତ କରାଇବା, ଇସ୍ପାତ ସହରାଞ୍ଚଳ ରେ ଥିବା ବସ୍ତି ଗୁଡ଼ିକରେ ଶୁଦ୍ଧ ପାନୀୟ ଜଳର ଯୋଗାଇବା ପାଇଁ ନଳକୂପ ସ୍ଥାପନ, ଆଲୋକ ବ୍ୟବସ୍ଥା, ଡେଙ୍ଗୁ ପ୍ରତିହତ ପାଇଁ ଜନସଚେତନତା ସୃଷ୍ଟି ସହ ଡେଙ୍ଗୁ ପିଡିତଙ୍କୁ ସାକ୍ଷାତ କରିବା, ଆରଜିଏଚ ରେ ହୋଇଥିବା ଅନିୟମିତତା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଓ ଏନ ଏଚ ଏମ୍ ର ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ ଓ ଏହାର ତଦନ୍ତ ଆରମ୍ଭ ହେବା, ଉଠା ଦୋକାନୀଙ୍କ ସମସ୍ୟା ଓ ସେମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ତଥା ବିଶ୍ଵକର୍ମା ଯୋଜନାର ସୁଫଳ ସମ୍ପର୍କରେ ବିଧାନସଭାରେ ଆଲୋଚନା,ରାମଯୋଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଉପସ୍ଥିତି,ଇଏସଆଇ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା, ବସ୍ତି ଅଞ୍ଚଳରେ ମୈ।ଳିକ ସୁବିଧା, ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସମ୍ପର୍କରେ, ଉଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରେଳମନ୍ତ୍ରୀ ଙ୍କୁ ସାକ୍ଷାତ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁରୀ ପାଇଁ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ କୁ ଚିଠି, ଗୋଷ୍ଠୀ ଶୈ।ଚାଳୟ ନିର୍ମାଣ, ପ୍ରତ୍ୟେକ ପଞ୍ଚାୟତରେ ୧୦ଟି ଲେଖାଏଁ ଷ୍ଟ୍ରିଟ ଲାଇଟ୍, ଇସ୍ପାତ ସହରାଞ୍ଚଳ ର ବିକାଶକୁ ନେଇ ସେଲ୍ ଅଧ୍ୟକ୍ଷଙ୍କୁ ସାକ୍ଷାତ, ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁବନ୍ଦୋବସ୍ତ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ହମିରପୁର, ଲୁହାକେରା,ତୁମକେଲା ଓ ଟାଙ୍ଗରପାଲୀ ଅଧିନସ୍ଥ କେତେକ ଅଞ୍ଚଳକୁ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ସାମିଲ କରାଇବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ସାକ୍ଷାତ କରି ବିସ୍ତ୍ରୃତ ଆଲୋଚନା ସହ ସ୍ମାରକପତ୍ର, ବେଦବ୍ୟାସ ତ୍ରିବେଣୀ ସଙ୍ଗମ ସ୍ଥଳରେ ଝୁଲା ପୋଲ ନିର୍ମାଣ , ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏସପି ଙ୍କ ସହ ଆଲୋଚନା, ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଆଲୋଚନା, ହମିରପୁର ନିକଟସ୍ଥ କୋଏଲ ନଦୀ ଉପରେ ନିର୍ମାଣଧୀନ ବ୍ୟାରେଜ କୁ ତ୍ବରାନ୍ବିତ କରିବାଲାଗି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣକାର୍ଯ୍ୟ ତଦାରଖ ଆଦି ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା,ପ୍ରତାପ ରାଉତ, ଉମେଶ ସିଂ, ନିଗମାନନ୍ଦ ଦାସ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ପ୍ରାରମ୍ଭରେ ସୁବ୍ରତ ପଟ୍ଟନାୟକ ସ୍ବାଗତ ଭାଷଣ, ଅତିଥି ପରିଚୟ ପରେ ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶଶାଙ୍କ ଜେନା ଓ ମଳୟ ମହାପାତ୍ର ମଞ୍ଚାସୀନ ଥିଲେ।

ରିପୋର୍ଟ : ରଜତ ମହାପାତ୍ର