ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱରର ସାରଥି ପରିବାର ପକ୍ଷରୁ ମ୍ୟୁନିସିପାଲଟିର ଦେଉଳି ପଞ୍ଚୁ ଘଣ୍ଟାଠାରେ ୨୭ଜଣ କୁଷ୍ଠରୋଗୀଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ବଣ୍ଟନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦିଲ୍ଲିପ କୁମାର ସାହୁ, ଅଜିତ୍ କୁମାର ଦତ୍ତଙ୍କ ନେତୃତ୍ୱରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଅମର ବେହେରା, ଆଲୋକ କୁମାର ଜେନା, ଅକ୍ଷୟ ଜେନା, ମାନସ ଦାସ, ପରେଶ ଦାସ ଓ ପ୍ରଦୋଶ ଚାନ୍ଦ, ଗୌରଗୋପାଳ ଦାସ, ପ୍ରଦୀପ ବିଦ୍, ଭାନୁ ଦାସ, ପର୍ଶୁରାମ ଦାସ ପ୍ରମୁଖ ଏହି କାର୍ଯ୍ୟକମରକୁ ପରିଚାଳନା କରିଥିଲେ । ଜଳେଶ୍ୱର ସହରର ତଳି ଅଂଚଳରେ ଥିବା କୁଷ୍ଠରୋଗୀଙ୍କୁ ସହାୟତା କରାଯାଇଥିବାରୁ ଏହା ଆଲୋଚ୍ୟର ବିଷୟକ ହୋଇଛି ।