

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ଶିଖରପୁର ପଞ୍ଚାୟତର ଭାନୁପୁର ଗାଁରେ ସାରଥୀ ଆଞ୍ଚଳିକ ମଞ୍ଚ ଦ୍ଵାରା ଓଡ଼ିଶା ପୁଷ୍ଟି ମହୋତ୍ସବ ଏକ ଅଭିନବ ଢାଞ୍ଚାରେ ପାଳନ କରି ଚର୍ଚ୍ଚାକୁ ଆସିଛି । ସାରଥୀ ଆଞ୍ଚଳିକ ମଞ୍ଚର ସିଆରପି ମଞ୍ଜୁଶ୍ରୀ ପଣ୍ଡା ଓ ତାଙ୍କ ସଦସ୍ୟାମାନଙ୍କୁ ନେଇ ଗାଁର ଝଗଡେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅତି ସୁସଜ୍ଜିତ ତୋରଣ ତିଆରି କରି ଏହି ମହୋତ୍ସବ କରିଥିଲେ । ସରପଞ୍ଚ ହରେକୃଷ୍ଣ ଗିରିଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଝାଡେଶ୍ୱର ଦାସ, ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ରଙ୍ଗଲତା ଆଚାର୍ଯ୍ୟ ଉପସ୍ଥିତ ହୋଇ ଗ୍ରାମାଞ୍ଚଳରେ କୋପୋଷଣରୁ ରକ୍ଷା ପାଇ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିହିର କୁମାର ଆଚାର୍ଯ୍ୟ, ସୁଜୟ କରଣ, ଶମ୍ଭୁନାଥ ସାହୁ, ପରମେଶ୍ବର ସେନାପତି, ଶିବ ନାରାୟଣ ଦାସ, ପରେଶ୍ ପ୍ରଧାନ, ଗୌରହରି ନାୟକ, ସୁବର୍ଣ୍ଣରେଖା ମହା ସଂଘର ଏମବିକେ ଶାନ୍ତିଲତା ବେହେରା, କୃଷିମିତ୍ର ଅଜୟ ମାଣିକ, କୃଷିମିତ୍ର ଦୀପକ କୁମାରଦେ, ଉଦ୍ୟୁଗମିତ୍ର ନିତ୍ୟାନନ୍ଦ ଘୋଷ ଓ ଶିବ ନାରାୟଣ ସିଂହ, ସମ୍ପାଦକ ଅନ୍ନପୂର୍ଣ୍ଣା ଓଝା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ଉପସ୍ଥିତ ହୋଇଥିଲେ ଏବଂ ଆଖପାଖ ଗାଁର ୫ ଶହରୁ ଉର୍ଦ୍ଧ୍ଵ ମହିଳା ଉପସ୍ଥିତ ହୋଇ ଏହି ଉତ୍ସବକୁ ଉପଭୋଗ କରିଥିଲେ ।
ରିପୋର୍ଟ : ଭୂପତି ପରିଡା
