





ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ନିଳାଞ୍ଚଳ ସାହୁଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ତରିୟ ଆମ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ୨୪ତାରିଖ ବୁଧୁବାର ଦିନ ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍ ରଘୁନାଥ, ଡି ବିଶ୍ଵନାଥ, ଓ ସୁରେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ପ୍ରୀତି ସାହୁ ଓ ସଭ୍ୟ ଏଳା ସୁଦର୍ଶନ, ବ୍ଳକ୍ ର ବିଜେଡି ଯୁବ ସଭାପତି ମନୋଜ ସାବତ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ ର ସମସ୍ତ କର୍ମଚାରୀ, ଅଙ୍ଗନବାଡ଼ି, ଆଶାକର୍ମୀ, ମିଶନ ଶକ୍ତି ମା, ବିଦ୍ୟୁଦ୍ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ଓମ୍ ଶାନ୍ତି ର ସଦସ୍ୟ ମାନଙ୍କୁ ସମ୍ମାନୀତକରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଏନ୍ ରଘୁନାଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପଞ୍ଚାୟତ ର ବିକାଶ ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ଜନ୍ମ ରୁ ମୃତ୍ୟୁ ସବୁପ୍ରକାର ସାହାଯ୍ୟ କରିଛନ୍ତି ଏହିପରି ଭାବେ ଅନେକ କଥା ଗ୍ରାମବାସୀ ଙ୍କୁ କହିଛନ୍ତି l ଏଥିରେ ହିଞ୍ଜିଳିକାଟୁ ବ୍ଲକ୍ ର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେବିଭିନ୍ନ ଅନୁଷ୍ଠାନ ରୁ ୧୦ଗୋଟି ଷ୍ଟଲ୍ ଖୋଲାଯାଇଥିଲା ଗ୍ରାମର ଛୋଟ ପିଲା ମାନଙ୍କୁ ନେଇ ସାସ୍କୃତିକ କାର୍ଯକ୍ରମ ହୋଇଥିବା ବେଳେ ଗ୍ରାମବାସି ମାନେ ସାହୋଜୋଗ କରିଥଲେ l ଶେଷରେ ସରପଞ୍ଚ ନିଳାଞ୍ଚଳ ସାହୁ ଧନ୍ୟବାଦ ଜଣାଇ ସଭା ଭଙ୍ଗ କରିଥଲେ l
ରିପୋର୍ଟ୍ : ରଜତ ପଟ୍ଟନାୟକ

