ଗୋପାଳପୁର (ସମୃଦ୍ଧ ଓଡିଶା) ପ୍ରବାସୀ ପଥଚାରୀଙ୍କ ଉଦ୍ଦେଶ୍ୟରେ ସହାୟତାର ହାତ ବଢେଇଛନ୍ତି ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ | ସାରା ବିଶ୍ୱ ତଥା ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବୃଦ୍ଧି ପାଇ ସାରା ଓଡ଼ିଶାରେ ସର୍ବାଗ୍ରେ ରହିଛି | ଭାରତରେ ଲକଡାଉନ ଚାଲିଥିବା ବେଳେ ପ୍ରବାସୀ ଓଡ଼ିଆମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ପାଦରେ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଓଡ଼ିଶା ରାଜପଥ ଦେଇ ନିଜ ଅଞ୍ଚଳକୁ ଫେରୁଥିବା ଦେଖିବାକୁ ମିଳୁଛି | ଏହି ଅସହାୟଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଅଣ୍ଟା ଭିଡ଼ିଛନ୍ତି ବିଧାୟକଙ୍କ ତତ୍ୱାବଧାନରେ ଗୋଳନ୍ଥରା ଠାରେ ଖୋଲା ଯାଇଥିବା ପଥଚାରୀ କେର ସେଣ୍ଟରରେ ଶୁଖିଲା ଖାଦ୍ୟ, ପାଣି, ଓ ରନ୍ଧାଖାଦ୍ୟ ପାଇଁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାଶ, ଦିଲ୍ଲୀପ ପାଣିଗ୍ରାହୀ, ଲକ୍ଷ୍ମୀ ନାୟକ, ଲଲାଟେନ୍ଦୁ ସାହୁ, ସନ୍ତୋଷ କୁମାର ପ୍ରଧାନ, ଭଗବାନ ଜେନା, ପ୍ରତାପ ଚନ୍ଦ୍ର ମିଶ୍ର, ସିଏଚ. ଡିଲ୍ଲୀ ରେଡ୍ଡୀ, ସିଏଚ. ନରେଶ, କମ୍ବୁପାଣି ସାହୁ, ଲଡ଼ୁ ପ୍ରଧାନ, ନିର ଗୌଡ଼, ଭୈରବ ନାୟକ ପ୍ରମୁଖଙ୍କ ଉପସ୍ଥିତି ରେ ଗୋଳନ୍ଥରା ଥାନାଧିକାରୀ ଓ ଏସଡିପିଓଙ୍କ ଜରିଆରେ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଗଲା | ବିଧାୟକ ପ୍ରତ୍ୟେକ ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ପ୍ରବାସୀ ପଥଚାରୀ ଶ୍ରମିକଙ୍କ ନିମନ୍ତେ ଖାଦ୍ୟ ଯୋଗେଇବା ପାଇଁ ଓ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ଓ ଉପରଲିଖିତ ବ୍ୟକ୍ତି ମାନଙ୍କୁ ଯୋଗାଯୋଗ କରନ୍ତୁ |
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା