

ବାଲିଗୁଡା (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା l କାରଣ ହେଉଛି ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ I ଆଜିକାର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳ ବାସିଙ୍କୁ ବୁଝାଇଥିଲେ I ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ l ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଖାତା, ପେନ, ପେନସିଲ, ରବର ଏବଂ ଚକଲେଟ ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମ ଦ୍ୱାରା ତୁମୁଡିବନ୍ଧ ବ୍ଲକର ନକ୍ସଲ ପ୍ରବଣ ଅଞ୍ଚଳ ବେଲଘର, ମାଦାଗୁଡା, ଦେଓଗଡ଼, ଓ କାଦପାନା ଗ୍ରାମବାସୀ ଉପକୃତ ହୋଇ ପାରିବେ l ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ l

