ସିଆରପିଏଫ ଯବାନଙ୍କୁ ମସାରି ବିତରଣ…

ରାୟଗଡା (ସମୃଦ୍ଧ ଓଡିଶା) ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ଯବାନ ମାନଙ୍କୁ ମସାରି ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ସୁରକ୍ଷା କର୍ମୀଙ୍କୁ ମସାରି ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଅର୍ତ୍ତାବନ୍ଧୁ ନାୟକ ଉପସ୍ଥିତ ରହିଥିଲେ । ମଶା ବହାକ ରୋଗରୁ ରକ୍ଷା ପାଇବା ସହ ମ୍ୟାଲେରିଆ, ଡେଙ୍ଗୁ ଓ ଚିକେନଘୁନିଆ ରୋଗରୁ ଦୁରେଇ ରହିବା ସକାଶେ ମସାରି ଏକମାତ୍ର ଅସ୍ତ୍ର ହୋଇପାରିଛି । ଏହାକୁ ପ୍ରତେହ ବ୍ୟବହାର କରି ରାତ୍ରିରେ ଶୋଇବା ଅତ୍ୟାବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । କରୋନା ମହାମାରୀ ଯୋଗୁଁ ସାରା ଦେଶ ଲୋକ ଡାଉନ ରହିଛି । ସୁରକ୍ଷା ବାହିନୀ ନିଜ ଘରକୁ ନଯାଇ ଏଭଳି କଠିନ ସମୟରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ଏହା ତାଙ୍କ କଠିନ ତ୍ୟାଗ ଓ ବଳିଦାନ ସମାଜ ପ୍ରତି ବଳିଷ୍ଠ ବୋଲି ଜିଲ୍ଲାପାଳ ଶ୍ରୀ ବେହରା ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ଏହି ଅବସରରେ ଚତୁର୍ଥ ବାଟାଲିଅନ ତରଫରୁ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨ୟ କଣ୍ଡାଣ୍ଟ ମିତୁ ରଏ, ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର, ବାଟାଲିୟନ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ