ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଅକ୍ଟୋବର ୨୪ରୁ୨୬ ଲଘୁଚାପ ଜନୀତ ବର୍ଷ କ୍ଷୟକ୍ଷତିର ଆକଳନ ସରିନଥିବା ବେଳେ ପୁଣି ନଭେମ୍ବର ୭ରୁ୯ ବୁଲବୁଲ ବାତ୍ୟାରେ ହୋଇଥିବା କ୍ଷତି ପୁରଣର ତୁରନ୍ତ ଆକଳନ ସଂପର୍କରେ ଆଜି ପୂର୍ବାହ୍ନରେ ସିପିଏମ୍ ଜଳେଶ୍ୱର ଆଞ୍ଚଳିକ କମିଟି ଓ ଲକ୍ଷ୍ମଣନନାଥ ରୋଡସ୍ଥିତ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ପୃଥକ୍ ପୃଥକ୍ଭାବେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ସିପିଏମ୍ ପକ୍ଷରୁ ୪ଦଫା ଦାବି ଆସନ୍ତା ୧୫ ଦିନ ମଧ୍ୟରେ ପୂରଣ କରିବାପାଇଁ ସମ୍ପାଦକ ଦିଲ୍ଲିପ କୁମାର ଗିରି, ପଲ୍ଟୁ ଦାସ, ମଦନମୋହନ ମାହାଲି, ଗଣେଶଚନ୍ଦ୍ର ଜେନା, ସେକ୍ଅବଦୁଲ ସାଦ୍ଦିକ, ରବିନ୍ଦ୍ର ବାରିକ, ଶିଶିର କୁମାର ହୁଇ, ଯତିନ୍ କୁମାର ଜେନା, ନିରୋଜ ବେହେରା, ମିନତୀ ବାରିକ, ଦିଲିପ ପରିଡା, ଜୀବନ ପରିଡା, ସିତାଂଶୁ ସେନାପତି ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଲକ୍ଷ୍ମଣନାଇରୋଡସ୍ଥିତ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ୬ଦଫା ଦାବି ପୁରଣ କରିବା ପାଇଁ ରବିନ୍ଦ୍ର ନାଥ ଦାସ, ତ୍ରିଲୋଚନ ଦାସଅଧିକାରୀ, ରାଜେଶ କୁମାର ଜେନା, କମଳ ଚକ୍ରବର୍ତ୍ତୀ, ଜିତେନ୍ଦ୍ର ନାଥ ଦାସ, ସୁଦାମ ପାତ୍ର, ସପନ କୁମାର ଗିରି, ଉମାକାନ୍ତ ଦେ, ସତ୍ୟକିଂକର ଭୂୟାଁ, ରାମଜୀବନ ଦେ, କାଳିଚରଣ ଜେନା, ଚନ୍ଦନ ଦଳେଇ ପ୍ରମୁଖ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା