ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ସାଧାରଣ ନିର୍ବାଚନରେ ଜଳେଶ୍ୱର କଂଗ୍ରେସ ଦଳ ଭାରତୀୟ କମ୍ୟୁନିଷ୍ଟ ପାଟି (ମାର୍କସ୍ବାଦି) ସ୍ଥାନୀୟ କତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଦଳର ସମର୍ଥନ ଥିବାର ପ୍ରଚାର କରିବା ଓ ବେନାର ଟାଙ୍ଗିବାକୁ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି । ସିପିଏମ୍ ଜଳେଶ୍ୱର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଂଚଳିକ କମିଟି ସଂପାଦକ ଦିଲ୍ଲିପ ଗିରି ଆଜି ପୌରହିତ୍ୱ କରି ଜଳେଶ୍ୱରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଭିନ୍ନ ସଭାରେ ସିପିଏମର ସମର୍ଥନ ଘୋଷଣା ଏବଂ ବେନାର ଓ ପୋଷ୍ଟର ଆଦିରେ ତାହା ପ୍ରକାଶ କରିବା ଘଟଣାକୁ ସମାଲୋଚନା କରିଥିଲେ । ଏପରି ବିଭ୍ରାନ୍ତିମୂଳକ ପ୍ରଚାରରୁ ନିବୃତ ରହିବା ସଂଗେ ସଂଗେ ବେନାର ଓ ପୋଷ୍ଟରକୁ ହଟାଇବା ଲାଗି ଆହ୍ୱାନ ଦେଇଥିଲେ । ଚଳିତ ନିର୍ବାଚନରେ ସିପିଏମ୍ ବିଜେପି ଓ ବିଜେଡି ଠାରୁ ସମଦୂରତା ବଜାଇ ରଖିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ସମ୍ମିଳନୀରେ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଦିପ୍ତୀମାନ ଆଚାର୍ଯ୍ୟ, ଆଂଚଳିକ କମିଟି ସଭ୍ୟ ଜୀବନ ପରିଡା, ସେକ୍ ଅବଦୁଲ ସାଦ୍ଦିକ, ବସନ୍ତ ପ୍ରଧାନ, ରତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା