ସିଭିପିର ୧୫ତମ ବାର୍ଷିକ ମେଧାବୀ ପ୍ରତିଭା ସମ୍ମାନ ଅନୁଷ୍ଠିତ

ନିଆଳୀ -(ସମୃଦ୍ଧଓଡିଶା)ନିଆଳୀ ବ୍ଲକ ଦେବୀ କନ୍ଦଳ ଦ୍ୱିପାଞ୍ଚଳ ଅନ୍ତର୍ଗତ ବଢିଆସାହି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସ୍ୱେଛାସେବୀ ସଂଗଠନ ଛାତ୍ର ଯୁବ ବିକାଶ ପରିଷଦ (ସିଭିପି)ପକ୍ଷରୁ ୧୫ତମ ବାର୍ଷୀକ ମେଧାବୀ ପ୍ରତିଭା ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି.ପରିଷଦର ମୁଖ୍ୟ ଉପଦେଷ୍ଟା ଆଡଭୋକେଟ ସରୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଉଦଘାଟକ ଭାବରେ ବିଶିଷ୍ଟ ପ୍ରବଚକ ଶ୍ରୀ ସନ୍ୟାସୀ ପଣ୍ଡା,ମୁଖ୍ୟ ଅତିଥି ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥି,ମୁଖ୍ୟ ବକ୍ତା ଭାବରେ ବଡଖବରର ମୁଖ୍ୟ ପରିଚାଳକ ଅର୍ଦ୍ଧେନ୍ଦୁ ଦାଶ,ସମ୍ମାନୀତ ଅତିଥି ଭାବରେ ସାହିତ୍ୟିକ ଅକ୍ଷୟ ମହାନ୍ତି,ଯୁବ ଉଦ୍ୟୋଗପତି ପରମାନନ୍ଦ ମହାପାତ୍ର ,ସମାଜସେବୀ ଯୋଗେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉକ୍ତସଭାକୁ ଉଦଘାଟନ କରିଥିଲେ. ସିଭିପି କାର୍ଯ୍ୟକର୍ତ୍ତା ସ୍ମିତା ବସ୍ତିଆ ଅତିଥି ପରିଚୟ, ସଭାପତି ଡ ପିତାମ୍ଵର ସାହୁ ସ୍ୱାଗତବକ୍ତବ୍ୟ ଓ କାର୍ଯ୍ୟକାରୀ ସଂପାଦକ ଉମେଶ ଚନ୍ଦ୍ର ପାଢୀ ବାର୍ଷୀକ ବୀବରଣୀ ପାଠ କରିଥିଲେ.ମୋଟ ୪୮ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇଥିଲା.୧୨ଜଣ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ତଥା ସ୍ୱର୍ଗତ ତ୍ରିଲୋଚନ କାନୁନଗୋ ସ୍ମୃତିସମ୍ମାନ ଅଡସପୁର ଉଦୟନାଥ ସ୍ୱୟଂଶାସିତମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅରୁଣ କୁମାର ସ୍ୱାଇଁ,ସ୍ୱର୍ଗତ ସୁକାନ୍ତ କୁମାର ଖୁଣ୍ଟିଆ ସ୍ମୃତି ସମ୍ମାନ ତାଙ୍କ ସହଧର୍ମିଣି ସଂନ୍ଧ୍ୟାରାଣି ଖୁଣ୍ଟିଆ ,ସ୍ୱର୍ଗତ ଭବାନୀ ଶଙ୍କର ପରିଜା ସାହାସିକତା ସମ୍ମାନ ପ୍ରାଣୀମିତ୍ର ଅଶୋକ କୁମାର ପାତ୍ର,ଗ୍ରାମୀଣ ଯୁବଜ୍ୟୋତି ସମ୍ମାନ ଜ୍ୟୋତିରଂଜନ ମହାନ୍ତି (ଫଣ୍ଟୁ),ଗ୍ରାମୀଣ ଯୁବ ପ୍ରତିଭା ସମ୍ମାନ କଳ୍ପତରୁ ଖୁଣ୍ଟିଆ,ସ୍ୱର୍ଗତ ବିଜୟରାମ ଆଚାର୍ଯ୍ୟ ସ୍ମୃତି ସମ୍ମାନ, ଏରଞ୍ଚ କଲେଜ ଅଧ୍ଯକ୍ଷ ମାର୍କଣ୍ଡେଶ୍ଵର ମହାପାତ୍ର, ସ୍ୱର୍ଗତ ସୁଦର୍ଶନ ପାତ୍ର ସ୍ମୃତି ସମ୍ମାନ କସର୍ଦା କଲେଜ ଅଧ୍ଯକ୍ଷ ଶାନ୍ତନୁ କୁମାର ମିଶ୍ର, ବ୍ରୁକ୍ଷବନ୍ଧୁ ସମ୍ମାନ ସମାଜସେବୀ ଅନଙ୍ଗ ପ୍ରସାଦ ମହାପାତ୍ର, କ୍ରୁତି ଶିକ୍ଷକ ସମ୍ମାନ ଶ୍ରୀଯୁକ୍ତ ଶ୍ରୀମନ୍ତ ମହାପାତ୍ର, ଓଡିଆ ଭାଷା ସଂସ୍କୃତ ସମ୍ମାନ କୁମାରୀ ଦିବ୍ୟଶ୍ରୀ ସାହୁ,(ଓଡିଶୀ ନ୍ଋତ୍ୟଞନା), ଆଞ୍ଚଳିକ କଳାସଂସ୍କୃତି ସମ୍ମାନ ପ୍ରଣୟ କୁମାର ସ୍ୱାଇଁ, ଓ ଜୀବନ ଗଠନ ଜନକଲ୍ୟାଣ ସମ୍ମାନ ଭରତ କୁମାର ପାଇଟାଳ ଓ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ସାହାଣୀ,ଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ମଞ୍ଚାସୀନ ବରେଣ୍ୟ ଅତିଥିମାନଙ୍କୁ ପରିଷଦ ପକ୍ଷରୁ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା। ଶିଶୁମନ୍ଦିରର କ୍ଋଷ୍ଣ ଗୁରୁଜୀ ଓ ଚିନ୍ମୟୀ ଗୁରୁମାଙ୍କ ନେତୃତ୍ବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସରସ୍ୱତୀ ବନ୍ଦନା ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଏରଞ୍ଚ କଲେଜର ଛାତ୍ର ସନ୍ଦିପ ମହାପାତ୍ର ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ। ଶିକ୍ଷାବିତ ଦିଲ୍ଲିପ ମହାନ୍ତି ଧନ୍ୟବାଦ ଦେଇଥିଲେ। ଶିବରାମ ଖୁଣ୍ଟିଆ, ସୁର୍ଯ୍ୟକାନ୍ତ ଦାଶ, ବିଶ୍ୱଜିତ ପୁହାଣ, ପ୍ରଣୟ ସ୍ୱାଇଁ, ସାଗର କୁମାର ଗୁରୁ, ପ୍ରଣୟ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର