ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବୁଲବୁଲ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛିଦିନ ତଳେ ହୋଇଥିବା ବୁଲବୁଲ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାର ଚିହ୍ନଟ କରି ସେମାନଙ୍କୁ ଅବିଳମ୍ବେ ସହାୟତା ଯୋଗାଇ ଦେବାକୁ ଆଜି ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁଙ୍କୁ ପ୍ରଦାନ କରାଯାଇଛି । ଚାଷୀମାନଙ୍କ ଜମିିର ଅବସ୍ଥା ତଦନ୍ତ କରିବା, ଆସନ୍ତା ରବି ଚାଷ ପାଇଁ ଉଠା ଜଳସେଚନର ବିଦ୍ୟୁତ୍ ଶୁଳ୍କ ଛାଡ କରିବା ସହିତ ସାର, ବିହନ ବିନା ମୂଲ୍ୟରେ ଯୋଗାଇବା, ସମସ୍ତ କୃଷି ଋଣ ଛାଡ କରି ନୂତନ ଋଣ ପ୍ରଦାନ କରିବା, ସରକାରୀ ଧାନମଣ୍ଡିରେ ଧାନ ସଂଗ୍ରହ କରିବା, କ୍ଷତିଗ୍ରସ୍ତ ଗୃହ ଗୁଡିକ ପାଇଁ ବିଜୁ ପକ୍କାଗୃହ ବା ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଗୃହ ଯୋଗାଇ ଦେବାକୁ ନିବେଦନ କରାଯାଇଛି । ସୀମାନ୍ତ ଉନ୍ନୟନ ପରିଷଦର ସଭାପତି ରବିନ୍ଦ୍ର ନାଥ ଦାସ, ପୂର୍ବତନ ସରପଞ୍ଚ ସୁଦାମ ଚରଣ ପାତ୍ର, ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସାଧୁଚରଣ ପରିଡା, ମିଲନ କୁମାର ଦେ, ସୁଶୀଲ କୁମାର ଦେ, ତାପସ କୁମାର ଗିରି, ଆଦିତ୍ୟ ପାତ୍ର, ଅକ୍ଷୟ ପାତ୍ର, ନିଖିଲ ଜେନା, ବସନ୍ତ ପ୍ରଧାନ, ନରୋତ୍ତମ ପ୍ରଧାନ, ରାଜୀବ ପ୍ରଧାନ, ନିତାଇ ଚରଣ ଗିରି, ପର୍ଶୁରାମ ସେନାପତି, ଗୌରାଙ୍ଗ ଦତ୍ତ, ସୁଜିଆ ଟାଡୁ, ରାଜେଶ ଜେନା, ପଞ୍ଚାନନ ଗିରି, ସୁଦର୍ଶନ ପାତ୍ର ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ଯଥାଶୀଘ୍ର ସହୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା