ଜଳେଶ୍ଵର (ସମୃଦ୍ଧ ଓଡିଶା) ଅଯୋଧ୍ୟା ଓ ଜଳେଶ୍ଵର ତରଫରୁ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜପୁର ଗ୍ରାମ ପଞ୍ଚାୟତର କପିଳମୁନି ଆଶ୍ରମ ସନ୍ନିକଟ ସୁବର୍ଣ୍ଣରେଖା ନଦୀ କୂଳରେ ମୁଖ୍ୟ ବ୍ରାହ୍ମୁଣ ଦେବବ୍ରତ ପାଣିଗ୍ରାହୀ ଓ ବିଜୟ ପଣ୍ଡାଙ୍କ ଦ୍ଵାରା ଏକ ଭବ୍ୟ ଭାବନାର ପୂଜାର୍ଚ୍ଚନା ପୂର୍ବକ ପାଣି ଓ ମୃତିକା ସଂଗ୍ରହ କରାଯାଇ ଦୃତ ଡାକ ଯୋଗେ ଅଯୋଧ୍ୟା ପଠାଇ ଦିଆଯାଇଛି । ଭାରତର ଯଶ୍ଵସୀ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ହେବାକୁ ଥିବା ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ଠାରେ ରାମ ମନ୍ଦିର ଭୂମି ପୂଜା କରିବା ପାଇଁ ଆୟୋଜନ କରା ଯାଇ ଥିବାରୁ, ଭାରତର ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ପୁଣ୍ୟତୋୟା ନଦୀ ଓ ତୀର୍ଥ ସ୍ଥାନ ଗୁଡିକରୁ ପାଣି ଏବଂ ମୁର୍ତ୍ତୀକା ଆଣି ଷୁଭାରମ୍ଭ କରାଯିବାର ବ୍ୟବସ୍ଥା କାରାଯାଇଛି । ଏହି ପରିପେକ୍ଷୀରେ ଆମେ ସମସ୍ତେ ଜଳେଶ୍ଵର ତରଫରୁ ଏହିଭଳି ପଦକ୍ଷେପ ନିଆ ଯାଇ ଥିବା ଜଣା ପଡ଼ିଛି । ଆମେ ସମସ୍ତେ ଜଳେଶ୍ଵର ତରଫରୁ ଆବାହକ ମନୋରଞ୍ଜନ ଦାସଙ୍କ ଆହ୍ବାନ କ୍ରମେ ଓଡ଼ିଶା ନାତ୍ଯ ଜଗତର ବରିଷ୍ଟ କଳାକାର ଗୌର ଦାସ, ସଂକଲ୍ପିତ ଦମ୍ପତି ନିତାୟଲାଲ ଦେ, ଯଶୋମତୀ ଦେ, ଜଳେଶ୍ଵର କଳା ପରିଷଦର ସଭାପତି ଚନ୍ଦ୍ର ମୋହନ ରାଉଳ, ଜଗଦୀଶ ବେହେରା, ସୃଷ୍ଟିଧର ରାଉଳ, ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ, ସାମ୍ବାଦିକ ଆଶିଷ କୁମାର ଗିରି, ଗୌରୀ ଶଙ୍କର ଦଳାଇ, ବିକାଶ ମହାଳିକ, ମାନି ମହାଳିକ, ଦେବାଶିଷ ଦେ, ସାମ୍ବାଦିକ ଗୋପବନ୍ଧୁ ସାହୁ, ସାମ୍ବାଦିକ ସମ୍ଭୁନାଥ ଦାସ, ପ୍ରମୁଖ ଉପସ୍ଥିତ ହୋଇ ଭାରତ ମାତାର ଜୟଗାନ, ନମସ୍ତେ ଅଯୋଧ୍ୟା, ନମସ୍ତେ ସୁବର୍ଣ୍ଣରେଖା ଧ୍ୱନିରେ ପ୍ରକମ୍ପିତ ହୋଇ ପାରମ୍ପାରିକ ରୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ପାଣି ଓ ମୃତ୍ତିକାକୁ ଅଯୋଧ୍ୟାକୁ ସ୍ପୀଡପୋଷ୍ଟ ଦ୍ଵାରା ପଠେଇ ଦିଆଯାଇଛି ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା