ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବଢୁଛି ଜଳପତ୍ତନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବାରୁ ଆଜି ନଦୀର ରାଜଘାଟସ୍ଥିତ ରେଳକେୟପାଲ ନିକଟ ଗେଜ୍ଠାରେ ଜଳପତ୍ତନ ବଢିବାରେ ଲାଗିଛି । ଗତ ୧୨ ତାରିଖରେ ସୁବର୍ଣ୍ଣରେଖାର ଉପରମୁଣ୍ଡ ଜାମସେଦପୁର ଉପତ୍ୟାକାରେ ୬୪.୪ ମିମି., ଜାମଶୋଳାଘାଟଠାରେ ୨୩.୪ ମିମି. ଘାଟଶିଳାରେ ୨୭.୮ ମିମି, ଫେକଘାଟ ଠାରେ ୩ ମିମି ଓ ରାଜଘାଟ ଉପତ୍ୟାକାରେ ୧୩.୨ମିମି ବର୍ଷା ହୋଇଥିବାରୁ ଜଳପତ୍ତନ ଆଜି ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶଯୋଗ୍ୟ ୧୨ ତାରିଖରେ ମଧ୍ୟ ଅନୁରୂପଭାବେ ପ୍ରବଳ ବର୍ଷା ହୋଇଥିଲା । ଜାମସେଦପୁର ଉପତ୍ୟାକାରେ ୧୪୧.୨ ମିମି.,ଜାମଶୋଳାଘାଟଠାରେ ୧୬ ମିମି. ଘାଟଶିଳାରେ ୧୫.୪ ମିମି, ଫେକଘାଟ ଠାରେ ୩.୪ ମିମି ଓ ରାଜଘାଟ ଉପତ୍ୟାକାରେ ୫୦.୨ମିମି ବର୍ଷା ହୋଇଥିବାରୁ ଏବଂ ଏହି ବର୍ଷାପାଣି ଝାଡଖଣ୍ଡରୁ ଆସି ରାଜଘାଟଠାରେ ପହଞ୍ଚିବାକୁ ଅନ୍ୟୁନ ୩୦ଘଣ୍ଟା ଲାଗୁଥିବାରୁ ଏହି ଜଳପତ୍ତନ ବୃଦ୍ଧିପାଇ ଚାଲିଛି । ଆଜି ସଂଧ୍ୟାରେ ରାଜଘାଟଠାରେ ୭.୨୦ ମିଟରରେ ଜଳପର୍ତ୍ତନ ରହିଥିବା ବେଳେ ଏଠାରେ ସତର୍କସ୍ତର ୯.୪୫ ଓ ବିପଦ ସଂକେ ୧୦.୩୬ ରହିଛି । ଉପରମୁଣ୍ଡର ବିଭିନ୍ନ ବାରେଜର ଗେଟ୍ ଖୋଲା ଥିବାରୁ ଜଳପତ୍ତନ ଆସନ୍ତାକାଲି ସଂଖ୍ୟା ସୁଦ୍ଧା ବଢିଚାଲିବ ବୋଲି ଜଣାପଡିଛି । ସୁବର୍ଣ୍ଣରେଖାରେ ଜଳପତ୍ତନ ବଢୁଥିବାରୁ ଧୋଇଆ ଅଂଚଳର ୱାଟରଲଗିଂ ସ୍ଥାନମାନଙ୍କରେ ଜଳସ୍ତର ବଢୁଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା