ସୁବଳୟାରେ ଟାଟାଷ୍ଟିଲ୍ ପକ୍ଷରୁ ମେଘା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ଚିକିତ୍ସା ଶିବିର :୨୨ଟି ପରଳ ରୋଗୀ ଚିହ୍ନଟ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର୍ ଟାଟାଷ୍ଟିଲ୍ ଗ୍ରାମୀଣ ବିକାଶ ସଂସ୍ଥା ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସୁବଳୟା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ସୁବଳୟା ଗ୍ରାମରେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ବ୍ଲକ୍ ବ୍ଳକ ଶିକ୍ଷାଧିକାରୀ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ କେଦାରନାଥ ସ୍ୱାଇଁ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡ଼ା. ଯୋଗେନ୍ଦ୍ର ପାତ୍ର, ଡ଼ା. ନିର୍ମଳ ଚନ୍ଦ୍ର ମହନ୍ତ, ଡ଼ା.ଶାନ୍ତିପ୍ରିୟା ମୁର୍ମୁ, ଡ଼ା. ରୀନା ମେହେର, ଡ଼ା. କେ. ସ୍ମିତା, ଅରୁଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ । ଏଥିରେ ୫୬୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୨୨ ଜଣଙ୍କ ପରଳ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଶିବିରକୁ ଶଙ୍କର ନେତ୍ରାଳୟ,ମେଡ଼ିକୋ ହସ୍ପିଟାଲ ପ୍ରାଇଭେଟ ଲିମିଟେଡ଼୍ ଏବଂ ସୁବଳୟା ପଞ୍ଚାୟତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା