ସୁରତରୁ ଗଞ୍ଜାମ ପ୍ରବାସୀ ୩ଟି ଟ୍ରେନରେ ଫେରିଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ସୁରତରେ ରହିଥିବା ଓଡ଼ିଆ ପ୍ରବାସୀଙ୍କୁ ନେଇ ତିନି ଗୋଟି ଟ୍ରେନ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି । ମଧ୍ୟାହ୍ନ, ଅପରାହ୍ନ ଓ ସନ୍ଧ୍ୟାରେ ଆସିଥିବା ଏହି ଟ୍ରେନ ଗୁଡିକରେ ଗଞ୍ଜାମ ଜିଲ୍ଲାର ୩୩୭୦ ଜଣ ଯାତ୍ରୀ ଜଗନ୍ନାଥପୁର ରେଳ ଷ୍ଟେସନ ଠାରେ ଅବତରଣ କରିଛନ୍ତି । ସେଠି ମଧ୍ୟରୁ ଆସ୍କା ବ୍ଲକର ୧୪୪ ଜଣ, ବେଗୁନିଆପଡା ବ୍ଲକର ୧୦୧, ବେଲଗୁଣ୍ଠାର ୧୮୬, ଭଞ୍ଜନଗରର ୧୪୦, ବୁଗୁଡ଼ା ୩୧୨, ଛତ୍ରପୁର ୧୫୫, ଚିକିଟି ୪ ଜଣ, ଧରାକୋଟ ୭୯, ଦିଗପହଣ୍ଡି ୧୭, ଗଞ୍ଜାମ ବ୍ଲକ ୨୨, ହିଞ୍ଜିଳି ୫୨, ଜଗନ୍ନାଥ ପ୍ରସାଦ ୧୮୭, କବିସୂର୍ଯ୍ୟ ନଗର ୩୨୧, ଖଲ୍ଲିକୋଟ ୬୭, କୁକୁଡାଖଣ୍ଡି ୧୩, ପାତ୍ରପୁର ୧୪, ପୋଲସରା ୧୧୨୦, ପୁରୁଷୋତ୍ତମପୁର ୧୪୨, ରଙ୍ଗେଇଲୁଣ୍ଡା ୬, ସାନଖେମୁଣ୍ଡି ୫୨, ଶେରଗଡ଼ ୧୪୦, ସୋରଡ଼ା ୯୫ ଓ ବ୍ରହ୍ମପୁର ସହରର ଜଣେ ଯାତ୍ରୀ ଅନ୍ତର୍ଭୁକ୍ତ । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ବସ ଯୋଗେ ସମ୍ପୃକ୍ତ ବ୍ଲକ ମାନଙ୍କୁ ପଠାଇ ଦିଆଯାଇଛି । ସେଠାରେ ସେମାନେ ୧୪ ଦିନ କ୍ଵାରେଣ୍ଟାଇନରେ ରହିବେ । ନୟାଗଡ଼ ଜିଲ୍ଲାର ୫୮ ଜଣ, ଖୋର୍ଦ୍ଧା ଜିଲ୍ଲାର ୨ଜଣ, କନ୍ଧମାଳ ଜିଲ୍ଲାର ୮ ଜଣ, ପୁରୀ ଜିଲ୍ଲାର ୪ ଜଣ, କଟକ ଜିଲ୍ଲାର ଜଣେ, ବଲାଙ୍ଗୀର ଜିଲ୍ଲାର ୩ ଜଣ, ବୌଦ୍ଧ ଜିଲ୍ଲାର ଜଣେ ଏବଂ ବରଗଡ଼ ଜିଲ୍ଲାର ଜଣେ, ଜଗନ୍ନାଥପୁର ଷ୍ଟେସନରେ ଅବତରଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି ବୋଲି ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା