

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସ୍ଥାନୀୟ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରବଳ ଗ୍ରୀଷ୍ମତାପରୁ ବାଟୋଇ ଓ ଆଞ୍ଚଳିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବା ପାଇଁ ଜଳଛତ୍ରର ଆୟୋଜନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରିଙ୍କ ଉଦ୍ୟମରେ ଏନସିସି ଛାତ୍ରୀଗଣ ଏନସିସି ଅଫିସର ଶ୍ରୀମତୀ ମନାସିବାଳା ମାହନ୍ତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଥଣ୍ଡା ପାଣି ଓ ଘୋଳ ଦହି ପ୍ରସ୍ତୁତ କରାଯାଇ ପଥଚାରିମାନଙ୍କୁ ଅଶୁଘାତରୁ ରକ୍ଷା କରିବା ପାଇଁ ଏହାର ସୁଷମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନସିସିର ଛାତ୍ରଛାତ୍ରୀ ବର୍ଷାରାଣୀ ସାହୁ, ଅମିଶା ଦାସ, ରୀତୁ ମାହୁନ୍ତ, ପ୍ରୋମଦିନି ପରିଡା, ଶୁଭଶ୍ରୀ ସେଠି, ସୋନାଲି ସାହୁ, ପ୍ରିୟଦର୍ଶନୀ ପାଣି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
