

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ କଳା ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମିଶ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ମିଶ୍ର ୩୧/୫/୨୦୨୦ ରିଖ ଦିନ ଅବସର ଗ୍ରହଣ କରିଥିଲେ । ଏହି ସଭାରେ ବିଦ୍ୟାଳୟରେ କୋଭିଡ-୧୯ର ସମସ୍ତ ନିୟମାବଳୀ ପାଳନ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମସ୍ତ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀମାନେ ଅଂଶ ଗ୍ରହଣ କରି ବିଦାୟୀ ଶିକ୍ଷୟତ୍ରୀଙ୍କ ଗୁଣଗାନ କରିଥିଲେ ।
ରିପୋର୍ଟ : ଶୁଭମ ପାଣି