

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ମିନତୀ ବେହୁରି, ପରିଚାଳନା କମିଟି ଚେୟାରମ୍ୟାନ ପ୍ରତାପ କୁମାର ପଣ୍ଡା, ସିଆରସିସି ଶ୍ରୀମତୀ ସଂଯୁକ୍ତା ହୋତା ସହ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବୀଣାପାଣି ମିଶ୍ର, ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନେହଲତା ତ୍ରିପାଠୀ, ଶ୍ରୀମତୀ ଶର୍ମିଷ୍ଠା ଦାସ, ଶ୍ରୀମତୀ ସୁଲୋଚନା ଭୂୟାଁଙ୍କ ସହ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଏବଂ କମିଟିର ସଦସ୍ୟମାନେ ଅଂଶ ଗ୍ରହଣ କରି ସମସ୍ତ ଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ ଶିକ୍ଷା ଉପରେ ବୁଝାଇଥିଲେ । ଶେଷରେ ଶ୍ରୀମତୀ ଶର୍ମିଷ୍ଠା ଦାସ ଧନ୍ୟବାଦ ଅର୍ପଣ କରି ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
