ସୁଶାସନ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଅନୁ ଗର୍ଗ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଯୋଜନା ପ୍ରୟୋଗିକ ଅର୍ଥନୀତି ଓ ପରିସଂଖ୍ୟାନ ପ୍ରତିଷ୍ଠାନ(ଆରଆଇପିଏଇଏସ)ରେ ଚଳିତ ଅଗଷ୍ଟ ମାସ୨୦ରୁ୨୩ ତାରିଖ ପର୍ଯ୍ୟନ୍ତ୪ଦିନ ଧରି  ପ୍ରଶିକ୍ଷଣ ନେଇଥିବା ୩ ଜଣ ଭାରତୀୟ ପରିସଂଖ୍ୟାନ ସେବା ଅଧିକାରୀ ଶିକ୍ଷାନବିଶ (ଆଇଏସ୍ଏସ୍ପ୍ରୋବେସନର-୪୫ତମ ବ୍ୟାଚ୍୨୦୨୩ ) ଗତକାଲିଶୁକ୍ରବାର ଲୋକସେବାଭବନସ୍ଥିତ ଉନ୍ନୟନ କମିଶନରଙ୍କ  କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ  ଉନ୍ନୟନ ଆୟୁକ୍ତ ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ  କରିଥିଲେ । ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯୋଜନା ଓ ସଂଯୋଜନ  ବିଭାଗ, ଓଡ଼ିଶାର ଗଠନ ଏବଂ ଶାସନ ବ୍ୟବସ୍ଥାରେ ଏହାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସୁଶାସନ ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ପ୍ରକାଶ କରିଥିଲେ । ଡିଜିଟାଲାଇଜେସନ୍ ମାଧ୍ୟମରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର କାର୍ଯ୍ୟଧାରାରେ ଉଲ୍ଲେଖନୀୟ ପରିବର୍ତ୍ତନ, ତଥ୍ୟର ଗୁଣାତ୍ମକ ନିଶ୍ଚିତତା, ଉପଭୋକ୍ତା ନିୟୋଜନ, ତଥ୍ୟ ଆବଶ୍ୟକତା ଅଭାବ ପୂରଣ, ଓଡ଼ିଶା ରାଜ୍ୟ ପାଇଁ ଏକ ଅତ୍ୟାଧୁନିକ ପରିସଂଖ୍ୟାନ ବ୍ୟବସ୍ଥା ନିର୍ମାଣ ନିମନ୍ତେ  ଅନୁଷ୍ଠାନର ଦକ୍ଷତା ସୁଦୃଢ଼ କରିବା ଦିଗରେ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।ଏଥି  ସହିତ ଆଗାମୀ ଦିନରେ ଦେଶ ଗଠନରେ ସେମାନେ ଉଲ୍ଲେଖନୀୟ ଯୋଗଦାନ ଦେବାକୁ ଯାଉଥିବା ପ୍ରକାଶ କରି ସେ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସାକ୍ଷାତ ଆଲୋଚନା ପରିପ୍ରେକ୍ଷୀରେ ଆରଆଇପିଏଇଏସର ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର  ରାଉତରାୟ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର ଓ ପଠାଣି ରାଉତ,  ସୂଚନା ଅଧିକାରୀ