

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ହେଣୁବାଳା ସ୍ମୃତି ସଂସଦ ପକ୍ଷରୁ ରେଣୁବାଳା ସ୍ମୃତି ସଂସଦର ପୂର୍ବତନ ସଭାପତି ତଥା ସୁସାହିତ୍ୟିକା ପ୍ରତିମା ନାୟକଙ୍କର ପ୍ରଥମ ବାର୍ଷିକ ସ୍ମୃତିସଭା ଅଭିନନ୍ଦନ ଗାର୍ଡନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ ଯୋଗଦାନ କରି କହିଲେ ଯେ ପ୍ରତିମା ଦେବୀ ଏକଧାରାରେ ଜଣେ କବି, ଗାଳ୍ପିକା, ପ୍ରାବନ୍ଧିକା ଓ ସମାଜସେବୀ ଥିଲେ । ତାଙ୍କର ଲେଖାନି ସାମାଜିକ ବାର୍ତ୍ତା ବହନ କରିବା ସହ ପାଠକମାନଙ୍କର ନିକଟତମ ହୋଇ ପାରିଥିଲେ । ଓଡ଼ିଆ ସାହିତ୍ୟକୁ ଅଭିବୃଦ୍ଧି କରିବାରେ ତାଙ୍କର ଉଦ୍ୟମ ପ୍ରସଂଶନୀୟ । ସଂସଦର ରାଜ୍ୟ ସଭାନେତ୍ରୀ ସଂଯୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିହନପ୍ରମାତନ ସଂସ୍କାର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚିତ କରାଯାଇଥିଲା । ସମ୍ପାଦକ ଇଂ ମାନସକୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମମତା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ବିନାୟକ ଶତପଥୀ, ବିଦ୍ୟାଧର ବାରିକ, ମାକ୍ଷିତମାମି ମହାପାତ୍ର, ନନ୍ଦିକେଶ୍ଵରୀ ନାଥ, ମାକ୍ଷିତମାମି ମହାପାତ୍ର, ମନୋଜ ମଶୀରି ଦାଶ, ଜ୍ଞାନରଞ୍ଜନ ନନ୍ଦ ପ୍ରମୁଖ ସ୍ମୃତିଚାରଣ କରିବା ଶା କବିତା ପାଠ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
