ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦେଶକଙ୍କ ଭୁବନେଶ୍ୱର ଡି.ଆଇ.ପି.ଆର୍‌.ଓ. ଅଫିସ ପରିଦର୍ଶନ ଓ ନିରୀକ୍ଷଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକଏକ ଦିନି କିଆ ଗସ୍ତରେ ଭୁବନେଶ୍ୱର ଲୋକସମ୍ପର୍କ ଭବନରେ କାର୍ଯ୍ୟ କରୁଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାର ନିରୀକ୍ଷଣ କରିଛନ୍ତି । ପୂର୍ବାହ୍ନରେ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇ ଥିଲେ । ପରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଅଧୀନ ବାଲି ପାଟଣା ଠାରେ ଚାଲୁଥିବା ପାଠକ ପାଠିକା ମାନଙ୍କ ନିମନ୍ତେ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକ ପାଠିକା ପଢ଼ିବା ନିମନ୍ତେ ସମସ୍ତ ଭିତ୍ତି ଭୂମି ସୁଦୃଢ କରିବା ଦିଗରେ ଯତ୍ନବାନ ହେବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦେଶ ଦେଇ ଥିଲେ । ସେହି ପରି ଭଙ୍ଗା ରୁଜା ଆସବାବ ପତ୍ର ଗୁଡ଼ିକୁ ମୁଖ୍ୟ ନିର୍ଦ୍ଦେଶାଳୟରେ ହସ୍ତାନ୍ତର କରିବା ଏବଂ ନିଲାମ କରାଇବାକୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ଆଜାଦ କ୍ଲବ ସମ୍ପାଦକ ଶ୍ରୀସୁଶାନ୍ତ ଦାସ ଏବଂ ଯୁବ ଓ ମହିଳା କଲ୍ୟାଣ ଅନୁଷ୍ଠାନ ପାଠାଗାର ସମ୍ପାଦକ ଶ୍ରୀ ଶିବମ ପାଟ ଯୋଷିଙ୍କ ସହ ସୁଚନା କେନ୍ଦ୍ର ଓ ପାଠାଗାରର ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ୀ କରଣ ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଭଗ୍ନ ଦୃଶ୍ୟ ଶ୍ରାବ ସରଞ୍ଜାମ ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶାଳୟରେ ଫେରସ୍ତ କରିବାକୁ ଉପନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟର ସମସ୍ତ କାଗାଜାତ ପତ୍ର ଯଥା, ବିଭିନ୍ନ ରେଜିଷ୍ଟର, କ୍ୟାସ ବୁକ୍‌, ଉପସ୍ଥାନ ରେଜିଷ୍ଟର, ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଉପରେ ମଧ୍ୟ ବିସ୍ତୃତ ସମୀକ୍ଷା କରିଥିଲେ । ସମସ୍ତ କର୍ମଚାରୀ ସମୟାନୁବର୍ତ୍ତିର୍ତା ଭାବେ ବିଭାଗର ସୁନାମ ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନା କରିବାକୁ ଉପ ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ବରିଷ୍ଠ ରାଜସ୍ୱ ସହାୟିକା ଶ୍ରୀମତୀ ମେରିଲୀନା ରାଉତରାୟ, ନିକ୍ଷେପକ ଶ୍ରୀ ଦିଲ୍ଲୀପ ମିଶ୍ର, କନିଷ୍ଠ ଭଣ୍ଡାର ରକ୍ଷକ ସୁଶ୍ରୀ ମୀନା ଏକ୍ସା ଏବଂ ସମସ୍ତ କର୍ମଚାରୀ ପୁଷ୍ପ ଗୁଚ୍ଛଏବଂ ସ୍ମୃତି ଫଳକ ପ୍ରଦାନ କରି ଉପନିର୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ରିପୋର୍ଟ : ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ,