




ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତକାଲି ଗଜପତି ଜିଲ୍ଲା ଆଲୁରୀନଗରରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଷଷ୍ଠତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଅଧ୍ୟକ୍ଷତା କରି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ପ୍ରଶଂସା କରିଥିଲେ । ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ହୋଇଛି ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ମୁଖ୍ୟଅତିଥି ରୂପେ ୱେଷ୍ଟର୍ଣ୍ଣ ସିଡ୍ନି ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ବର୍ଣ୍ଣି ଗ୍ଲୋଭର ଯୋଗ ଦେଇ ୱେଷ୍ଟର୍ଣ୍ଣ ସିଡନି ବିଶ୍ୱବିଦ୍ୟାଳୟ ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଥିବା ଦକ୍ଷତା ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଗତ ଜୁନ ୨୯ ତାରିଖରେ ଏହି ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅଷ୍ଟ୍ରେଲିଆର ଏଡିଲେଟରେ ଅଷ୍ଟ୍ରେଲିଆର ଶିକ୍ଷା ଓ ତାଲିମ ମନ୍ତ୍ରୀ ଓ ଭାରତର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ସେଥିରେ ଗବେଷଣା ଜ୍ଞାନର ଆଦାନପ୍ରଦାନ, ଛାତ୍ର ଗତିଶିଳତା ଓ ଚାକିରିରେ ସଂସ୍ଥାପନ ସହ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହିସବୁ ଆଗାମୀ ଦିନରେ ଏହା ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟଅତିଥି ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଡ.ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡିଏନ ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ମଞ୍ଚାସିନ ହୋଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ହରିବନ୍ଧୁ ପଣ୍ଡା ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ, ଦକ୍ଷତା ବିକାଶ ଓ ସଫଳତା ସମ୍ପର୍କରେ କହିଥିଲେ । ଏହି ଅବସରରେ ୧୪ ଜଣ ପିଏଚଡି, ୪୦ ଜଣ ଏମଫିଲ, ୭୦ ଜଣ ଏମଟେକ, ୭୨ ଜଣ ଏମବିଏ, ୨୦୫ ଜଣ ଏମଏସସି, ଜଣଙ୍କୁ ଏମଏ, ୩୩୮ ଜଣଙ୍କୁ ବିଏସସି, ୬୪୮ ଜଣ ବିଟେକ, ୨୪ ଜଣ ବିବିଏ, ୨୭୦ ଜଣ ଡିପ୍ଲୋମା ଓ ୩୯ ଜଣ ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଉପାଧି ଓ ପ୍ରମାଣ ପତ୍ର ମହାମୟିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ପ୍ରଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ କୃଷ୍ଣ କୁମାର ବେହେରା



