ରାଉରକେଲା (ସମୃଦ୍ଧଓଡିଶା) ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଦିନ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି । ଏଥିସହ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବହୁରାଷ୍ଟ୍ରୀୟ ଓ ଭାରତୀୟ ଫାର୍ମାସ୍ୟୁଟିକାଲ ମେଡିସିନ କମ୍ପାନୀରେ ସେଲ୍ସ ରିପ୍ରେଜେଣ୍ଟେଟିରମାନଙ୍କ ଛଟେଇ ହେଉଥିବାନେଇ ଉଦବେଗ ପ୍ରକାଶ ପାଇଛି । ଫଳରେ ହଜାର ହଜାର କର୍ମଚାରୀ ଚାକିରି ହରାଉଛନ୍ତି। ଏଥିସହ ଲାଗୁ ହୋଇଥିବା ସେବା ସର୍ଭାବଳୀ ହଟାଇ ଡିଜିଟାଲ ନୂତନ କାର୍ଯ୍ୟ ନିୟମାବଳୀ ଲାଗୁ କରାଯାଇଛି। ଏହାଦ୍ବାରା କମ୍ପାନୀଗୁଡିକର ପ୍ରତିନିଧୁମାନେ ସେଲ୍ସ ରିପ୍ରେଜେଣ୍ଟେଟିରମାନଙ୍କୁ ମନମୁଖ ଛଟେଇ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସେବା ସର୍ଭ ଅଧୁନିୟମ ୧୯୭୬କୁ ଉଲଂଘନ କରୁଥିବା ନିୟୋକ୍ତାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଏବଂ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ୟୁନିୟନର ଜିଲା ସମ୍ପାଦକ ଯଶୋବନ୍ତ ବେହେରା, ସଭାପତି ଜୟମିତ ଅଜମେରା, ଉପ ସଭାପତି ନିହାର ସାମନ୍ତରାୟ, ସମ୍ପାଦକ ଲଳିତ ସ୍ବାଇଁ, ମିର୍ଦ୍ଦେଶ ସ୍ବାଇଁଙ୍କ ସମେତ କୃଷ୍ଣଚନ୍ଦ୍ର ଛୋଟରାୟ, ମୁକେଶ ମିଶ୍ର, ମନୋରଞ୍ଜନ ମହାନ୍ତି ପ୍ରମୁଖ କର୍ମକରା ସାମିଲ ହୋଇଥିଲେ।
ରିପୋର୍ଟ :ସସ୍ମିତା ପ୍ରଧାନ