ସୋରଡ଼ାରେ କଂଗ୍ରେସର ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ:କଂଗ୍ରେସକୁ ଜିତାଇବାକୁ ଦୃଢ ପ୍ରତିଜ୍ଞ…

ସୋରଡ଼ା (ସମୃଦ୍ଧ ଓଡିଶା) ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ନିର୍ବାଚନ ପ୍ରସ୍ତୁତି ବୈଠକ ସ୍ଥାନୀୟ କାଳି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଳା କଂଗ୍ରେସ ସଭାପତି ଡ଼ଃ ତ୍ରିନାଥ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଏଥିରେ ଗଞ୍ଜାମ ଜିଲ୍ଲାରେ ବିଜେଡି ତଥା ନବୀନ ପଟ୍ଟନାୟକ ଶାସନରେ ବିଭିନ୍ନ ଧରଣର ମାଫିଆ, ପିସି କାରବାର, ମଦର ବହୁଳ ବ୍ୟବହାର ସହ ଗୁଣ୍ଡାରାଜରେ ସାରା ରାଜ୍ୟରେ ଏକ ନମ୍ବର ହୋଇଛି ବୋଲି ଆଲୋଚନା କରାଯାଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲାରେ ବିଜେଡି ଦଳ କର୍ମୀମାନେ ମାଫିଆ ରାଜ ଚଳାଇ କଂଗ୍ରେସ ଦଳର କର୍ମୀମାନଙ୍କୁ ମିଥ୍ୟା ମୋକଦମାରେ ଜଡିତ କରିବା ସହ ମଦ କାରବାର ଓ ମର୍ଡରରେ ଜିଲ୍ଲା ଆଜି ଶ୍ରୀହୀନ ହୋଇଯାଇଛି ବୋଲି ଅଭିଯୋଗ ହୋଇଥିଲା । ସୋରଡ଼ାରେ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇବା ସହ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନିବେଦନ କରାଯାଇଥିଲା । ଦଳ ପରିବର୍ତ୍ତନ କାରୀମାନେ କଂଗ୍ରେସର କୌଣସି କ୍ଷତି କରିପାରିବେ ନାହିଁ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ଆସନ୍ତା ନିର୍ବାଚନରେ ସୋରଡ଼ାରେ କଂଗ୍ରେସ ହିଁ ବିଜୟୀ ହେବ ବୋଲି ବକ୍ତାମାନେ ଦୃଢ଼ ମତ ପ୍ରକାଶ କରିବା ସହ ନରେନ୍ଦ୍ର ମୋଦି ଜଣେ ମିଥ୍ୟାବାଦୀ ପ୍ରଧାନମନ୍ତ୍ରୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଏହି ସଭାରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବନମାଳୀ ସ୍ୱାଇଁ, କବିରାଜ ସ୍ୱାଇଁ, ଦିଲ୍ଲୀପ ସୁଆର, ବୁଦ୍ଧଦେବ ମଲ୍ଲିକ, ସନ୍ତୋଷ ନାୟକ, ପୀତବାସ ସାହୁ, ଦେବୀ କିଶୋର, ସୁକାନ୍ତ ମହାପାତ୍ର, ସୁଶାନ୍ତ ଦଳେଇ, ଅରୁଣ ମହାପାତ୍ର, ଜିତେନ୍ଦ୍ର ପାଣ୍ଡେ, ଭୋକାଲି ସେଠି, ସ୍ୱରୂପ ତ୍ରିପାଠୀ, ପ୍ରକାଶ ପାତ୍ର, ବୃନ୍ଦାବନ ଖଟେଇ, ମନୋଜ ସ୍ୱାଇଁ, ଅନିଲ ପରିଡା, ଦତାପ୍ରିୟ ବେହେରା, କାଶୀନାଥ ମହାପାତ୍ର, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, କିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ଦତାପ୍ରିୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା