ସୋରଡ଼ାରେ ବିଜୁ ଜନତା ଦଳର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ…

ସୋରଡ଼ା (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଲଗାତର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଆସୁଥିବା ବେଳେ ପୁଣିଥରେ ୫ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିଶାବାସୀଙ୍କ ଏହି ଆର୍ଶୀବାଦକୁ ବିଜୁ ଜନତା ଦଳ ଗ୍ରହଣ କରିଛି ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର କର୍ମୀମାନଙ୍କୁ ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବାକୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି । ଏହାସହ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ସମସ୍ତେ ଏହି ଧାରାରେ ସାମିଲ ହେବାକୁ ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଯାଉଛି । ସେହି କ୍ରମରେ ଆଜି ସୋରଡ଼ା ଠାରେ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଦଳର ତୃଣକର୍ମୀଙ୍କ ଠାରୁ ଆରମ୍ଭ କରି ତୁଙ୍ଗ ନେତା, ବିଧାୟକ, ବିଧାୟିକା, ସାଂସଦ ପ୍ରମୁଖ ଏକ ସ୍ଵରରେ ଗୋଟାଏ ମଞ୍ଚରୁ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହାପରେ ପୁରୀ ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଭୂୟଶୀ ପ୍ରଶଂସା କରିବା ସହ ପାଞ୍ଚ ଟି ମନ୍ତ୍ର ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିବା କହିଥିଲେ ।

ଗୋପାଳପୁର ବିଧାୟକ ତଥା ସଭାପତି ଡ଼.ପ୍ରଦୀପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ସମେତ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟାନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ବେହେରା, ଚିକିଟି ବିଧାୟିକା ଉଷାଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସମେତ ବହୁ ପୂର୍ବତନ ବିଧାୟକ, ବିଧାୟିକା ଓ ଦଳର ବହୁ ନେତା ଯୋଗଦାନ କରି ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହାସହ ଦଳର ସଭ୍ୟ ସଂଗ୍ରହ ପାଇଁ ପ୍ରତ୍ୟେକ କର୍ମୀ ଓ ନେତା ନିଷ୍ଠାପର ସହ ଉଦ୍ୟମ କରିବା ପାଇଁ ଅନୁରୋଧ କରିଥିଲେ ।

ଆସନ୍ତା ବର୍ଷ ହେବାକୁଥିବା ପୌର ନିର୍ବାଚନରେ ଦଳ ଯେପରି ଭଲ ସଫଳତା ପାଇବ ଓ ବିରୋଧୀ ବିଜେପି ଓ କଂଗ୍ରେସକୁ ଚେକ ଦେଇ ପାରିବ ସେ ଦିଗରେ ଆଲୋଚନା ସହ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡି ୧୦୦ରୁ ଉର୍ଦ୍ଧ୍ଵ ଆସନ ପାଇଁ ଓଡ଼ିଶାରେ କ୍ଷମତାକୁ ଦଖଲ କରିଥିଲେ ବି କିଛି ସହରାଞ୍ଚଳରେ ବିଜେଡିର ଭୋଟ ହାର କମିଥିବାରୁ ସେ ଦିଗରେ କାମ କରି ଆଗାମୀ ପୌର ନିର୍ବାଚନରେ ଭୋଟ ହାର ବୃଦ୍ଧି କରିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସେଠି, ଅଶୋକ ଚୌଧୁରୀ, ନନ୍ଦିନୀ ଦେବୀ, ଆଦିକନ୍ଦ ସେଠି, ଶିବ ଶଙ୍କର ସାହାଣୀ, ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବିଜେଡି ନେତା ସୁବାସ ମହାରଣା, ଅଲେଖ ଚୌଧରୀ, ବିଜୟ ସାମଲ, ଆଣିଲା ସାହୁ, ଏନ.ଧନଞ୍ଜୟ ରାଓ, ଧନଞ୍ଜୟ ରେଡ୍ଡୀ, ସୁଧୀର ରାଉତ, କୈଳାଶ ବିଷୋୟୀ, ସୁରଥ ପ୍ରଧାନ, ଦଣ୍ଡ ନାୟକ, ନିର ଜେନା, ଭଗବାନ ଗନ୍ତାୟତ, ପ୍ରଶାନ୍ତ ପଣ୍ଡା, ଦୁର୍ଗରେ ପଣ୍ଡା, ସଂଜିତ ପାଣିଗ୍ରାହୀ, ସ୍ନେହଲତା ପଣ୍ଡା, ଜଗନ୍ନାଥ ସାବତ, ଟି.ଗୋପୀ, ମମତା ବିଷୋୟୀ, ସଂଘମିତ୍ରା ଦଳେଇ, କେ.ମାଧବୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା