


ସୋରଡା(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ଥାନା ଇଲାକା କେଶରା ଗ୍ରାମରେ ବୋମା ମାଡ କରାଯିବା ସହ ମରାଣନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତିନି ଜଣକୁ ସୋରଡା ଡାକ୍ତର ଖାନାରୁ ବ୍ରହ୍ମପୁର ବଡଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଦୀର୍ଘ ଦିନ ଧରି ସୋରଡା ଶାନ୍ତ ଥିବା ବେଳେ ହଠାତ ଏହି ପରି ଘଟଣା ସୋରଡାରେ ଅଶାନ୍ତର ବାତାବରଣ ସୃଷ୍ଟି କରିଛି। ଘଟଣା ସ୍ଥଳ ରେ ସୋରଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି, ପୂର୍ବ ଶତ୍ରୁତା ରୁ ଏହି ପରି ଘଟିଛି ନା ଏହା ପଛରେ କୌଣସି ରାଜନୈତିକ ଉଦ୍ୟେଶ ରହିଛି ତାହା ତଦନ୍ତ ରୁ ଜଣାପଡିବ ବୋଲି ସୋରଡା ପୋଲିସ ଅନୁମାନ କରୁଛି। ମିଳିଥିବା ସୂଚନା ପ୍ରକାରେ ସୋରଡା ରୁ କାମ ସାରି କିଛି ଯୁବକ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ କେସରା ଗ୍ରାମ ନିକଟସ୍ଥ କାଳି ମନ୍ଦିରରେ ପୂର୍ବ ଯୋଜନା ଅନୁସାରେ ସେହି ଗ୍ରାମର କିଛି ଯୁବକ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୋରଡା ରୁ କାମ ସାରି ଗଲା ବେଳକୁ ଏହି ଯୁବକ ମାନଙ୍କୁ ମଧ୍ୟ ପିଛା କରୁଥିବା କୁହାଯାଉଛି। କାଳି ମନ୍ଦିର ନିକଟ ରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୁର୍ବୁତ୍ତ ମାନେ ହଠାତ ବାଇକ ଆରୋହି ମାନଙ୍କ ଉପରକୁ ବୋମା ମାଡ କରିଥିଲେ। ବୋମା ମାଡ ରେ ତଳେ ପଡି ଯିବା ପରେ ପ୍ରାଣ ବିକଳ ରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କରଯାଇଥିଲା। ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରଯାଇଥିଲା। ଆକ୍ରମଣ ରେ ଗୁରୁତର ଆହତ ହୋଇଥିଲେ ସମସ୍ତେ। ସ୍ଥାନୀୟ ଲୋକେ ସୋରଡା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା। ଗୁରୁତର ଆହତ ମାନକ ମଧ୍ୟ ରେ କେସରା ଗ୍ରାମ ର ଲକ୍ଷ୍ମଣ ନାହାକ,ସୁରେଶ ପାଣିଗ୍ରାହୀ,କୃଷ୍ଣ ନାହକ ଓ ପ୍ରସନ୍ନ ଗଉଡ ,ଟୁକୁନା ବିଷୋୟୀ ପ୍ରମୁଖ ଅଛନ୍ତି। ଆହତ ମାନଙ୍କ ମଧ୍ୟ ରୁ ଲକ୍ଷ୍ମଣ ନାହକ ,ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହକ ପ୍ରମୁଖ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ସୋରଡା ଥାନା ଅଧିକାରୀ ଅନିଲ କୁମାର ପରିଡା ଙ୍କୁ ଯୋଗାଯୋଗ କରାଯିବା ରୁ, ପୂର୍ବ ଶତ୍ରୁତା ରୁ ଏହିପରି ଆକ୍ରମଣ ହୋଇଛି ଏବଂ ଗୁରୁତର ମାନକୁ ଅଧିକ ଚିକିଚ୍ଯା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ପୋଲିସ ଘଟଣାର ତଦନ୍ତ ଯାରି ରଖିଛି ଏବଂ ଆକ୍ରମଣ ରେ ସାମିଲ ଥିବା ଦୁର୍ବୁର୍ତ୍ତ ମାନେ ବର୍ତମାନ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଧରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟପଟେ ଘଟଣାରେ ଆହତ ମାନଙ୍କ ମଧ୍ୟ ବିଜେପି ସମର୍ଥିତ ରହିଛନ୍ତି ବୋଲି ଜଣାପଡିଛି।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ