ସୌରଚାଳିତ ପାଣି ବିତରଣ ସମସ୍ୟାକୁ ନେଇ ପଞ୍ଚାୟତରେ ତାଲା ପକେଇଲେ ଗ୍ରାମବାସୀ…

ରୁଗୁଡ଼ା (ସମୃଦ୍ଧ ଓଡିଶା) ସୌର ଚାଳିତ ବିତରଣରେ ଅନିୟମିତତା ଘଟଣାକୁ ନେଇ ବଣାଇଁ ଉପଖଣ୍ଡର ରୁଗୁଡା ପଞ୍ଚାୟତ ଅଧିନସ୍ଥ ରୁଗୁଡା ଗ୍ରାମବାସୀମାନେ ପଞ୍ଚାୟତରେ ତାଲା ପକାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗ୍ରାମର ଏକ ନଳକୂପରେ ଲୋକଙ୍କ ସୁବିଧା ନିମନ୍ତେ ସୌର ଚାଳିତ ପମ୍ପ ବସାଯାଇ ବିଭିନ୍ନ ଜାଗାକୁ ପାଣି ସଂଯୋଗ କରାଯାଇଥିବା ବେଳେ କିଛି ଲୋକ ଏକ ବସ୍ତିର ପାଣି ବିତରଣ ସୁଇଚକୁ କଂକ୍ରିଟ କରି ପାଣି ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି । ଫଳରେ ପାଣିରୁ ଅନେକ ଲୋକ ବଞ୍ଚିତ ହୋଇ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଲିଖିତ ଆକାରରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳି ନ ପାରିବାରୁ ଆଜି ଗ୍ରାମର ଲୋକେ ପଞ୍ଚାୟତରେ ତାଲା ପକାଇଥିଲେ ଓ ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା । ବଣାଇଁ ବିଡ଼ିଓ ସନ୍ତୋଷ ସାହୁ ଖବର ପାଇ ବଣାଇଁ ତହସିଲଦାର, କନିଷ୍ଠ ଯନ୍ତ୍ରୀ ଓ ପୋଲିସର ସାହାଯ୍ୟ ନେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଆଲୋଚନା କରିଥିଲେ । ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିବା ପରେ ପାଣି ବିତରଣ ଚାବି କଂକ୍ରିଟକୁ ଭଙ୍ଗାଯିବା ସହ ତାଲା ଖୋଲା ଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା