

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ପୁରୁଣା ଛତ୍ରପୁର ଗାଁରେ ଚାଲିଥିବା ବାବା ସ୍ଵପ୍ନେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହୁମ୍ମା ଟିମ ଚାମ୍ପିୟାନ ହୋଇଛନ୍ତି । ଗତକାଲି ନୀଳାଦ୍ରିପୁର ଓ ହୁମ୍ମା ଟିମ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ହୁମ୍ମା ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ବିନିମୟରେ ୧୩୦ ରନ ସଂଗ୍ରହ କରିଥିଲା । ଏହି ରନର ପିଛା କରି ନୀଲାଦ୍ରିପୁର ଟିମ ମାତ୍ର ୪୨ ରନରେ ଅଲଆଉଟ ହୋଇଯାଇଥିଲା । ହୁମ୍ମା ଟିମ ୮୮ ରନରେ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଗିରଥି ବେହେରା, ଉଷାରାଣି ବେହେରା, ବାଦଲ ବେହେରା, ଟି. କୃଷ୍ନାରେଡ୍ଡି, କେ. ସାଦନ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ହୁମ୍ମା ଦଳର ଲକି ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ନୀଳାଦ୍ରିପୁରର କୁନାଲଙ୍କୁ ପୁରସ୍କୃତ କରାଯାଇଥିଲା ।କମଳ କୁମାର ବେହେରା, ଏନ.ଦିଲୁସୁ ରେଡ୍ଡୀ, କିରଣ କୁମାର ସେଠି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଜି. ବାସୁଦେବ ରାଓ, ପଦ୍ମନାଭ ରେଡ୍ଡୀ ପ୍ରମୁଖ ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






