ସ୍ଵରାଗିଣୀର ସାମ୍ବାଦିକ ସମ୍ମିଳନୀ : ମା’ ଖୁଦୁରୁକୁଣୀ ମେଲଣ ଆସନ୍ତା ୧୬ରେ…

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବରାଗିଣୀର ତୃତୀୟ ମା’ଖୁଦୁରକୁଣୀ ମେଲଣ ଚଳିତ ମାସ ଆସନ୍ତା ୧୬ତାରିଖ ଦିନ ସେକ୍ଟର ୨୦, ଡି ବ୍ଲକ୍ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଙ୍ଗଳ, ସଭାପତି ସାଗରିକା ସାହାଣୀ, ସମ୍ପାଦିକା ମମତାଞ୍ଜଳୀ ଦାସ, ସାଂସ୍କୃତିକ ସମ୍ପାଦିକା ରଶ୍ମିରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ମେଳଣ ତୃତୀୟ ବର୍ଷରେ ପଦାର୍ପଣ କରିଥିଲାବେଳେ ଚଳିତ ବର୍ଷ ୫୦ ରୁ ଉର୍ଦ୍ଧ୍ୱ ମା’ଙ୍କ ମୂର୍ତ୍ତି ଅଂଶଗ୍ରହଣ କରିବେ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ନାରୀ ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ବାରା ମତ ନିଆଯାଇ ମା’ଙ୍କ ମୂର୍ତ୍ତି ପାଇଁ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ସାନ୍ତ୍ଵନା ମୂଳକ ପୁରସ୍କାର ସହ ଅଂଶଗ୍ରହଣ କରିଥିବା ସମସ୍ତ ପାଇଁ ନିଶ୍ଚିତ ପୁରସ୍କାର ରଖାଯାଇଛି। ଏଥିସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ମେଲଣ ରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୁନିତା ବିଶ୍ବାଳ, ପ୍ରତିମା ବେହେରା, ବିଷ୍ଣୁ ପ୍ରିୟା ସାହୁ, ରଞ୍ଜିତା ସାହୁ, ପୁଷ୍ପଲତା ବିଶ୍ବାଳ, ମୀନତି ତ୍ରିପାଠୀ, ବାସନ୍ତୀ ସେଠୀ, ଦିପ୍ତୀ ନାୟକ,ସୋମା ଭଟ୍ଟାଚାର୍ଯ୍ୟ, ଉର୍ମିଳା ପରିଡା,ପଦ୍ମାରାଣୀ ବେହୁରା, ସ୍ବର୍ଣ୍ଣଲତା ମହାନ୍ତି, ରୂପା ଜ୍ୟୋତି, ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର