ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୩୩ ତମ ଶ୍ରାଦ୍ଧ ବାର୍ଷିକୀ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଆଜି ୨୧ ମେ ୨୦୨୪ ରିଖ ମଙ୍ଗଳବାର ଦିନ ଦିବା ୯ ଘଣ୍ଟ ସମୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୩ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଗଲା । ଆଜିର ଶ୍ରଦ୍ଧାଞ୍ଜଳି ସଭା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଶ୍ରୀ ଦୀପକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବରିଷ୍ଠ କଂଗେସ ନେତା ରବୀନ୍ଦ୍ର ଅଧିକାରୀ , ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ଅତୁଲ୍ୟ ପାଢ଼ୀ , ଜିଲ୍ଲା କଂଗ୍ରେସ ଉପ ସଭାପତି ଆନନ୍ଦ ରାଓ ଆଚାରୀ , ସାଧାରଣ ସମ୍ପାଦକ ସାଇ ପାତ୍ର , ପର୍ବୀନ ବେଗମ , କିଶୋର କପୂର୍ , ସାଇ ପ୍ରସାଦ , ଶିବ ପାଣିଗ୍ରାହୀ , ଜଗନ୍ନାଥ ପଲେଇ , ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ତତ୍ ସତ୍ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ରିପୋର୍ଟ : ନିମାଇଁ ପଣ୍ଡା