ସ୍ଵୟଂ ସହାୟିକା ଗୋଷ୍ଟିର ନେତୃତ୍ୱ ବର୍ଗ ପରିବର୍ତ୍ତନ ପାଇଁ ଦାବି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ କାର୍ଯ୍ୟାଳୟ ପରିସରରେ ସ୍ଵୟଂ ସହାୟିକା ଗୋଷ୍ଟିର ସଭ୍ୟାମାନଙ୍କ ପକ୍ଷରୁ ଗୁମା ବ୍ଲକ ଗାଇବା ପଂଚାୟତର ସ୍ଵୟଂ ସହାୟିକା ଗୋଷ୍ଟିର ସଭାନେତ୍ରୀ ସମ୍ପାଦିକା ପରିବର୍ତ୍ତନ କରିବା ପାଇଁ ସଭ୍ୟମାନେ ଦାବି କରି ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏହି ସ୍ଵୟଂ ସହାୟତା ଗୋଷ୍ଟିର ସଭ୍ୟାମାନଙ୍କର ଲିଖିତ ସ୍ମାରକ ପତ୍ରରେ ଏହାର ସଭାନେତ୍ରୀ ସମ୍ପାଦିକା ଏବଂ ସମସ୍ତ କମିଟି ସଦସ୍ୟ ମାନେ ସଠିକ ଭାବେ ନିଜର ଦାୟିତ୍ୱ ତୁଲାଇ ପରି ନାହାନ୍ତି ଏବଂ ଆର୍ଥିକ କାରବାର ମଧ୍ୟ ସଠିକ ଭାବେ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ମହାସଂଘର ବୈଠକ ସଠିକ ଭାବେ କରାଯାଉନାହିଁ, ମହାସଂଘ ଅଫିସରେ ସବୁବେଳେ ଚାବି ପଡୁଅଛି, ବ୍ଲକର ବିଭିନ୍ନ ଅଧିକାରୀମାନେ ଯାଞ୍ଚ ପାଇଁ ଆସିବା ବେଳେ ସେମାନଙ୍କୁ ନ ଆସିବା ପାଇଁ ପ୍ରବତା ଯାଉଛି । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେପସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହ ଏହି ସଭାନେତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଭିତିରିଆ ବୁଝାମଣା କରି ବିଭିନ୍ନ ଅର୍ଥନୈତିକ କାରବାର କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ସମସ୍ତ କାରଣ ଯୋଗୁଁ ଏହି ସ୍ଵୟଂ ସହାୟିକା ଗୋଷ୍ଟିର ସଭ୍ୟା ମାନେ ଏକତ୍ରିତ ହୋଇ ମହାସଂଘର ସଭାନେତ୍ରୀ ସମ୍ପାଦିକା ଓ ଅନ୍ୟାନ୍ୟ କମିଟି ସଦସ୍ୟକୁ ତୁରନ୍ତ ବହିଷ୍କାର କରିବା ଦାବି ଉପସ୍ଥାପନ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସ୍ଵୟଂ ସହାୟିକା ଗୋଷ୍ଟି ପକ୍ଷରୁ ମାମାଲି ପାଇକ, ନିର୍ମଳା କୁମାରୀ ପାଇକ, ମୋନରଞ୍ଜନ କୋରାଡ, ରୁବି ପଟ୍ଟନାୟକ, ସନ୍ତୋଷିନୀ କର, କଳ୍ପନା ଗୌଡ଼ ପ୍ରମୁଖଙ୍କ ସମେତ ଶତାଧିକ ସଭ୍ୟା ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା