ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ପୋଲିସ୍ ପକ୍ଷରୁ ସ୍ଥାନୀୟ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନିମନ୍ତେ ଏସପି ସମସ୍ତ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳା ଭାବେ ହୋଇପାରିବ ସେଥି ନିମନ୍ତେ ଏସପି ଆଜି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭିନ୍ନ ଥାନା ଅଞ୍ଚଳରେ ରହିଥିବା ହାଡକୋର ଅପରାଧିଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧୀ ଉପରେ କଡା ନଜର ରଖିବା ନିମନ୍ତେ ଏସପି ସମସ୍ତ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧି, ପୁରୁଣା ୱାରେଣ୍ଟି, ମାଦକ ଦ୍ରବ୍ୟ କାରାବାର ଧରପଗଡ ସହ ଯାନବାହାନ ଯାଂଚ କଡାକଡି କରିବା, ବିଶୃଙ୍ଖଳାକୁ ନଜରରେ ରଖି ଠିକ୍ ସମୟରେ ଠିକଣା ସ୍ଥଳରେ ପହଂଚିି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏସପି ପରାମର୍ଶ ଦେଇଛନ୍ତି । ବିଭିନ୍ନ ଥାନାରେ ପଡି ରହିଥିବା ମାମଲା ଗୁଡିକର ତୁରନ୍ତ ଫଇସଲା କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ସମସ୍ତ ଦିଗ ଉପରେ ସଚେତନ ରହିବା ପାଇଁ ମଧ୍ୟ ଏସପି ଶ୍ରୀ ରଏ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଥାନା ଅଞ୍ଚଳରେ ଯେଉଁ ନୂଆ ଅପରାଧିମାନେ ମୁଣ୍ଡ ଟେକୁଛନ୍ତି ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଠି ରଖିବା ସହିତ ନିୟମିତ ଜୁଆ ଆଡ୍ଡା ଓ ବେଆଇନ ମଦ କାରାବାର ଉପରେଏ ଚଢାଉ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଏସପି ସମସ୍ତ ଥାନାଧିକାରୀ ମାନଙ୍କୁ କହିଥିଲେ । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି.କେ. ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଡିଏସପି ସିମା ସ୍ୱାଇଁ, ଅଜୟ କୁମାର ମିଶ୍ର, ଏସ୍. ଏସ୍. ମହାପାତ୍ରଙ୍କ ସମେତ ବହୁ ଅଧିକାରୀ ଓ ସମସ୍ତ ଥାନାଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା