

ଥେରୁବାଲି (ସମୃଦ୍ଧ ଓଡିଶା) ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ରାୟଗଡା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମିଳିତ ଉଦ୍ୟମରେ ଗପବନ୍ଧୁ ନଗର ସ୍ଥିତ ଇମ୍ଫା ଏମଲୋୟଜ କ୍ଳବ ପରିସରରେ ଏକ ସ୍ୱରୋଜଗାର ଓ ଆତ୍ମନିର୍ଭରଶୀଳ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ବରିଷ୍ଠ ମହାପ୍ରବନ୍ଧକ ଅଯୋଧ୍ୟା କାନ୍ତ ଶତପଥୀ, ଇମ୍ଫା ଥେରୁବାଲିର ମୁଖ୍ୟ କେ. ଭି ରାଓ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦବୋଧନ କରିଥିଲେ । ସରକାରଙ୍କ ଦ୍ୱାରା ଥିବା ବିଭିନ୍ନ ଯୋଜନାକୁ କିପରି ବିନିଯୋଗ କରି ସମସ୍ତେ ଏହାର ସୁବିଧା ପାଇ ପାରିବେ ଏବଂ ସ୍ୱରଜୋଗାର କ୍ଷମା ହୋଇ ପାରିବେ ସେ ସମ୍ପର୍କରେ ଶ୍ରୀ ଶତପଥୀ ବୁଝାଇଥିଲେ । ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରିବା ପାଇଁ ଇମ୍ଫା ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ରାଓ ଆଲୋକପାତ କରିବା ସହ ଆଗାମୀ ଦିନ ମାନଙ୍କରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ସଚେତନ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଇମ୍ଫା ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଅତିରିକ୍ତ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ସ୍ୱାଗତ ଭାଷଣ ଦେଇଥିଲେ । କାରଖାନାର ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରସାଦ ପାଣିଗ୍ରାହୀ ସରୋଜଗାର କ୍ଷମ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାୟଗଡା ଭାରତୀୟ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ପରିଚାଳକ ପ୍ରଦ୍ୟୁମ୍ନ କୁମାର ପରିଡା, ରାୟଗଡା ସିଟିଟିସିର ଜୀବନଜ୍ୟୋତି ଓଝା, ଥେରୁବାଲି ଆଇଓବିର ଶାଖା ପରିଚାଳକ ଏସ କେ ସାହୁ, ଥେରୁବାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କମଳା ହିକୋକା କେଲିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କାମିଣି ମିଣିଆକା, କୋଲନର ବ୍ଲକ ବିଜୁ ଜନତା ଦଳର ସଭାପତି ପିରିୱାକା ବିକ୍ରମ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ପଲ୍ଲିବିଯେଶର ନିର୍ଦ୍ଦେଶକ ରାଧାଶ୍ୟାମ ପଣ୍ଡା ଓ ଶରତ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଭାରତର ବିଭିନ୍ନ କୋଣ ଅନୁକୋଣରେ କିପରି ବ୍ୟକ୍ତି ବିଶେଷ ସ୍ୱାବଲମ୍ବୀ ଭାବେ ସ୍ୱରାଜକ୍ଷମ ହୋଇ ପରିଚଟନୀ ସେ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ରାୟଗଡା ଶିଳ୍ପ କେନ୍ଦ୍ରର ଆଇପିଓ ସବ୍ୟସାଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ତଥରୁବାଲି ଆଖ ପାଖର ସାତ ଗୋଟି ଗ୍ରାମ ପଞ୍ଚାୟତର ଏସହେଚଜିର ପ୍ରାୟ ୨୦୦ ଜଣ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିବା ଜଣାପଡିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
