ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବିଶିଷ୍ଟ ନେତୃସ୍ଥାନୀୟ ତଥା ସମବାୟବିତ୍ ସ୍ୱର୍ଗତ ଅନନ୍ତ କୁମାର ଭୂୟାଁଙ୍କ ଏକାଦଶାୟ ସ୍ମୃତି ସଭା ତାଙ୍କ ବାସ ଗୃହ କୃଷ୍ଣନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଳେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ । ସେ ଅତୀତରେ ଜଳେଶ୍ୱର କଂଗ୍ରେସର ୨ଥର ବ୍ଲକ ସଭାପତି, ୨ଥର ଆର୍ଏମସିର ସଭାପତିଭାବେ କାର୍ଯ୍ୟ ତୁଲାଇଛନ୍ତି । ଜଳେଶ୍ୱର ଓ ଭୋଗରାଇକୁ ନେଇ କାର୍ଯ୍ୟ କରୁଥିବା ଆର୍ଏମ୍ସି ଦ୍ୱାରା ଏ ଅଂଚଳର ବହୁ ବ୍ୟକ୍ତି ଉପକୃତ ହୋଇଥିବାର ସ୍ମୃତିଚାରଣ ସଭାରେ କୁହାଯାଇଥିଲା । ସଭାପତିଭାବେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ସ୍ମୃତିଚାରଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘ ସଭାପତି ବିଷ୍ଣୁପଦ ମହାନ୍ତି , ଦିଲ୍ଲିପ ଗିରି, ଅଜିତ୍ ମହାନ୍ତି, ଚିନ୍ମୟ କୁମାର ଦାସ, ଅରୁଣ କୁମାର ବେଜ, ରବୀନ୍ଦ୍ର ନାଥ ବାରିକ, ଶିଶିର କୁମାର ହୁଇ, ଯୋଗେଶ ଚନ୍ଦ୍ର ରାଉଳ, ସତ୍ୟବ୍ରତ ପ୍ରଧାନ, ରାଜାରାମ କରସର୍ମା, ଫନିନ୍ଦ୍ର ନାଥ ଭୂୟାଁ ପ୍ରମୁଖ ତାଙ୍କ ସ୍ମତିଚାରଣ କରିଥିଲେ । ଏଥିରେ ପରିବାରବର୍ଗ ଯୋଗ ଦେଇ, ଆତ୍ମୀୟ ସ୍ୱଜନ ଓ ବଂଧୁବାନ୍ଧବ ଯୋଗ ଦେଇଥିଲେ ।ତାଙ୍କ ପୁଅ ଦେବବ୍ରତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା