ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ଜଣେ କୃତୀ ଶିକ୍ଷକ, ଅଭିନେତା, ଦକ୍ଷ ସଂଗଠକ, କ୍ରୀଡାବିତ୍ ତଥା ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ନାରାୟଣ ଚନ୍ଦ୍ର ମହାନ୍ତି ଯେଉଁ ସମାଜପ୍ରତି ଛାପ ଛାଡିଯାଇଛନ୍ତି ତାକୁ ଆଜିର ଯୁବ ସମାଜ ଗ୍ରହଣ କରିବା ଉଚିତ୍ ବୋଲି ୫୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠା ଗ୍ରାମର ମହାନ୍ତି ନିବାସ ପରିସରରେ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ଜଳେଶ୍ୱର ବଣିକ ସଂଘର ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତି ପୌରହିତ୍ୱ କରିଥିଲେ । ଏହି ସଭାରେ ସମାଜସେବୀ ତଥା ରେବତୀ ପତ୍ରିକାର ସଂପାଦିକା ସୁବାସିନୀ ଜେନା ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ପ୍ରାଧ୍ୟାପକ ସୁଧଂଶୁ ଶେଖର ପ୍ରଧାନ, ଡ. ବିବେକାନନ୍ଦ ସାହୁ, ଡ. ଅତୁଲ କୁମାର ନନ୍ଦ, ଶରତ ଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ ପ୍ରମୁଖ ଅତିଥିରୂପେ ଯୋଗ ଦେଇସ୍ୱର୍ଗତ ମହାନ୍ତିଙ୍କ ବହୁବିଧ ଗୁଣାବଳୀ ଓ କାର୍ଯ୍ୟାବଳୀ ସଂପର୍କରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ମଧ୍ୟମ ପୁତ୍ର ଡ. ଅଜିତ୍ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଣେଶ ଚନ୍ଦ୍ର ପରିଡା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ତାଙ୍କର ନାତୁଣୀ ଅଭିଶ୍ୱେତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତାଙ୍କର ଜ୍ୟେଷ୍ଠପୁତ୍ର ଅଶୋକ କୁମାର ମହାନ୍ତି, ମଧ୍ୟମପୁତ୍ର ଅମୀୟ କୁମାର ମହାନ୍ତି ଓ କନିଷ୍ଠପୁତ୍ର ଅଂଜନ କୁମାର ମହାନ୍ତି, ପୁତ୍ରବଧୁ ମଧୁଛନ୍ଦା ମହାନ୍ତି, କନ୍ୟା ଅଳକା ସିଂହ, ଇଂ ରାମକ୍ରିଷ୍ଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା