


ଛତ୍ରପୁର (ସମୃଦ୍ଧ ଓଡିଶା) ସମାଜସେବୀ, ପରୋପକାରୀ ସୁଖଦୁଃଖର ସାଥୀ, ନାଟ୍ୟକାର ତଥା ଚଳଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି । ଏହି ରକ୍ତଦାନ ଶିବିର ସ୍ୱର୍ଗତ ପଟ୍ଟନାୟକଙ୍କ ପୁତ୍ର ସୁଧୀର ପଟ୍ଟନାୟକ ଓ ବୋହୂ ସମାପ୍ତି ପଟ୍ଟନାୟକଙ୍କ ଉଦ୍ୟମରେ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅରୁଣ ଶତପଥୀ ପରିଚାଳନା କରିଥିଲେ । ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାସହ ରକ୍ତଦାନ ଏକ ମହତ୍ କାର୍ଯ୍ୟ ବୋଲି କହିବା ସହ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପୁଅ ବୋହୂଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସାଲ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରସାନ୍ତ କୁମାର ପଣ୍ଡା, ସମାଜସେବୀ ରାଜେନ୍ଦ୍ର ସାହୁ, ପୂର୍ବତନ କାଉନସିଲ ବି. ରାଜୁ ବାବୁ, କ୍ରୀଡ଼ାବିତ ପୂର୍ଣ୍ଣଚନ୍ଦ୍ର ବେହେରା, ଛତ୍ରପୁର ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ପିଟି ଶିକ୍ଷକ କେ. ସୁନୀଲ ରାଓ, ପୂର୍ବତନ ସରପଂଚ ପଦିଆ ଦାଶ, ମତ୍ସ୍ୟଜୀବୀ ନେତା ଏମ୍ . ଗୁମାଲି, ଅଗସ୍ତିନୂଆଗାଁ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ସ୍ୱାଇଁ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ଶିବ ପ୍ରସାଦ ବେହେରା, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ମେଡିକାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ସିବ ପ୍ରସାଦ ବେହେରା, ଡି.ବଳରାମ ରେଡି, ନାଗେଶୂର ରାଓ, ଚନ୍ଦ୍ର ଶେଖର ରାଓ, ବାବୁଲି ସାହୁଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ନେତା, ସମାଜସେବୀ, ଶିକ୍ଷାବିତ, କ୍ରୀଡ଼ାବିତ, ଯୁବକ, ଛାତ୍ର ଓ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କୁ ଭଲପାଉଥିବା ତାଙ୍କର ସମର୍ଥକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକ ନିଜ ଜନ୍ମ ଦିନ ଦିବସରେ ମେଗା ରକ୍ତଦାନ ଶିବିର କରି ଆସୁଥିଲେ । ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ଏହି କାର୍ଯ୍ୟକ୍ରମକୁ କରି ଆସୁଛନ୍ତି । ଆଜିର ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









